Only for Entertainment

ପ୍ରିୟଙ୍କା-ନିକଙ୍କ ବିବାହ ତାରିଖ ଏବଂ ସ୍ଥାନ ହେଲା ଫାଇନାଲ, ଜାଣନ୍ତୁ !

35

ନିର୍ବନ୍ଧ ଏବଂ ରୋକା ପରେ ସଭିଁଙ୍କ ନଜର ଏବେ ରହିଛି ନିକ ଏବଂ ପ୍ରିୟଙ୍କାଙ୍କ ବିବାହ ଉପରେ । ଯଦିଓ ବିବାହକୁ ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ, ମାତ୍ର ଦୁହିଁଙ୍କ ବିବାହ ତାରିଖ ଏବଂ ସ୍ଥାନକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ମୁତାବକ ଦୁହେଁ ଡିସେମ୍ବର ୨ତାରିଖରେ ବିବାହ କରିବାକୁ ଯାଉଛନ୍ତି । ଖବର ଏଭଳି ମଧ୍ୟ ରହିଛି ଯେ ଏହି ବିବାହ ରାଜସ୍ଥାନର ଯୋଧପୁରରେ ହେବ ।

କିଛି ଦିନ ପୂର୍ବେ ପ୍ରିୟଙ୍କା ତାଙ୍କ ଭାବିପତି ନିକଙ୍କ ସହ ଯୋଧପୁର ଯାଇଥିଲେ । ସେତେବେଳେ ଏହି ଖବର ଥିଲା ଯେ ଦୁହେଁ ଯୋଧପୁରରେ ବିବାହ କରିବେ । ଦୁହିଁଙ୍କ ପରିବାର ୨୯ନଭେମ୍ବରରେ ଯୋଧପୁରରେ ପହଂଚିବେ । ଯୋଧପୁରର ଉମେଧ ଭବନରେ ଦୁହିଁଙ୍କ ବିବାହ ହେବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ହୋଇଛି । ଏହି ବିବାହରେ ୨୦୦ବନ୍ଧୁଙ୍କ ପାଇଁ ଲିଷ୍ଟ କରାଯାଇଛି ।

ବିବାହ ପୂର୍ବରୁ ନ୍ୟୁୟର୍କରେ ବ୍ରାଇଡାଲ ବାଥ ନେବେ । ଏହାପରେ ସେ ଭାରତ ଆସି ସବୁ ରୀତିନୀତି କରିବେ । ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More