Only for Entertainment

ଯୋଧପୁରର ଏହି ଭବ୍ୟ ମହଲରେ ହେବ ନିକ-ପ୍ରିୟଙ୍କାଙ୍କ ବିବାହ , ଗୋଟିଏ ରାତିର ଦାମ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

Daily Mail
38

ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହ ପରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ବିଦେଶୀ ବୟ ନିକ ଜୋନସ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଖବର ଅନୁସାରେ ଦୁହେଁ ବିଦେଶରେ ନୁହେଁ ବରଂ ଭାରତରେ ବିବାହ କରିବେ । ଦୁହେଁ ଯୋଧପୁରର ଉମ୍ମେଦ ଭବନରେ ହାତକୁ ଦୁଇ ହାତ ହେବେ । ପ୍ରିୟଙ୍କା ଏବଂ ନିକଙ୍କ ପରିବାର ଏବେ ଠାରୁ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିକଟରେ ପ୍ରିୟଙ୍କା ନିକଙ୍କ ପିତା ମାତାଙ୍କ ସହିତ ଯୋଧପୁର ଯାଇଥିଲେ । ପ୍ରିୟଙ୍କା ଏବଂ ନିକଙ୍କ ବିବାହ ୩୦ ନଭେମ୍ବରରୁ ଆରମ୍ଭ ହୋଇ ୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ।

 

ଆପଣତ ଜାଣିଲେ ପ୍ରିୟଙ୍କା ଏବଂ ନିକ ଉମ୍ମେଦ ଭବନରେ ବିବାହ କରିବାକୁ ଯାଉଛନ୍ତି କିନ୍ତୁ ଆପଣ ଜାଣିଛନ୍ତି ଗୋଟିଏ ରାତିକୁ ଏହାକୁ ଦାମ କେତେ ରହିଛି । ଆପଣଙ୍କୁ କହିରଖୁଛୁ ଯେ, ଉମ୍ମେଦ ଭବନର ଗୋଟିଏ ରାତିକୁ ଦାମ ରହିଛି ୬୦ ହଜାର ଡଲାର ଅର୍ଥାତ ୪୩ ଲକ୍ଷ ଟଙ୍କା ।

 

କହିରଖୁଛୁ ଯେ, ପ୍ରିୟଙ୍କା ଏବଂ ନିକ ନିକଟରେ ବିବାହ ଲାଇସେନ୍ସ ପାଇଁ କୋର୍ଟରେ ଆବେଦନ କରିଥିଲେ । ଦୁହିଁଙ୍କୁ ମ୍ୟାରେଜ ଲାଇସେନ୍ସ ମଧ୍ୟ ମିଳିସାରିଛି । ଲାଇସେନ୍ସ ନେଇ ଭାରତ ଆସିବା ପରେ ଦୁହେଁ ବିିବାହ କରିବେ ପରେ ଏହାକୁ ଆମେରିକାରେ ପଇଠ କରିବେ । ଏପରି କରିବା ଦ୍ୱାରା ଦୁଇ ଦେଶରେ ବିବାହକୁ ଆଇନର ସମ୍ମତି ମିଳିବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More