Only for Entertainment

‘ଫ୍ରୋଜନ ୨’ର ହିନ୍ଦୀ ଭର୍ସନରେ ଏଲ୍ସା-ଅନା ଚରିତ୍ର ପାଇଁ ଭଏସ ଦେବେ ପ୍ରିୟଙ୍କା ଓ ପରିଣୀତି ଚୋପ୍ରା

latestly
21

ଡିଜ୍ନୀର ବହୁପ୍ରତୀକ୍ଷିତ ଫିଲ୍ମ ‘ଫ୍ରୋଜନ ୨’ର ହିନ୍ଦୀ ସଂସ୍କରଣରେ ଏଲ୍ସା ଏବଂ ଅନା ଚରିତ୍ର ପାଇଁ ଚେପ୍ରା ସିଷ୍ଟର୍ସ ଅର୍ଥାତ ପ୍ରିୟଙ୍କା ଓ ପରିଣୀତି ଚୋପ୍ରା ଭଏସ ଦେବେ । ଏହି ଫିଲ୍ମରେ ପ୍ରିୟଙ୍କା ପ୍ରଥମ ଥର ପାଇଁ ଭଉଣୀ ପରିଣୀତିଙ୍କ ସହିତ କାମ କରିବେ ।

ପ୍ରିୟଙ୍କା କହିଛନ୍ତି, ‘ମୁଁ ଏଲ୍ସା ଚରିତ୍ର ସହିତ ନିଜକୁ ଅନୁଭବ କରିପାରେ । ଫ୍ରୋଜନ ୨ ପାଇଁ ଭଏସ ଦେବା ଏକ ଭଲ ଅନୁଭୂତି । ଅନା ଚରିତ୍ର ପାଇଁ ପରିଣୀତି ଭଏସ ଦେବାକୁ ଯାଉଛି ତାହା ଶୁଣି ମୋ ଖୁସି ବହୁତ ବଢିଗଲା । ଆମେ ଏକା ସହିତ କାମ କରିନାହୁଁ । ଏହି ଫିଲ୍ମରେ କାମ କରିବାର ଅନୁଭୂତି ମୋ ଜୀବନ ସାରା ମନେ ରହିବ ।’

 

ଏହାକୁ ନେଇ ପରିଣୀତି କହିଛନ୍ତି, ‘ଫ୍ରୋଜନ ମେ ମନପସନ୍ଦର ଫିଲ୍ମ । ଏହା ସହିତ ପ୍ରିୟଙ୍କା ସହିତ କାମ କରିବା ଏହାର ଖୁସିକୁ ଆହୁରି ଦ୍ୱିଗୁଣିତ କରିଦେଲା ।’ ଡିଜ୍ନୀ ଇଣ୍ଡିଆ ଷ୍ଟୁଡିଓ ଏଣ୍ଟରଟେନମେଣ୍ଟ ପ୍ରମୁଖ ବିକ୍ରମ ଦୁଗ୍ଗଲ କହିଛନ୍ତି ଫିଲ୍ମର ହିନ୍ଦୀ ସଂସ୍କରଣରେ ପ୍ରିୟଙ୍କା ଏବଂ ପରିଣୀତିଙ୍କୁ ନେବାର ମୁଖ୍ୟ କାରଣ ହେଉଛି ବାସ୍ତବରେ ଦୁହେଁ ଭଉଣୀଙ୍କ କେମେଷ୍ଟ୍ରୀକୁ ଆମେ ପରଦାରେ ଦେଖାଇବାକୁ ଚାହୁଁଥିଲୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More