ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ମ୍ୟାନେଜର ପ୍ରକାଶ ଜାଜୁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ଏବେ ପୂର୍ଣ୍ଣଛେଦ ପଡ଼ିଛି । ଦୁଇଜଣ ଦୀର୍ଘ ସମୟ ଧରି ଅନେ୍ଧରୀ ମାଜିଷ୍ଟ୍ରେଟ କୋର୍ଟରେ ଚାଲୁଥିବା କେସକୁ ୧୫ ବର୍ଷ ପରେ ଫେରାଇ ନେଇଛନ୍ତି ।
ବାସ୍ତବରେ କ୍ୟାରିଅର ଆରମ୍ଭରେ ପ୍ରିୟଙ୍କା ଚୋପ୍ରା ତାଙ୍କ ପୂର୍ବ ମ୍ୟାନେଜର ପ୍ରକାଶ ଜାଜୁଙ୍କ ସହିତ ଏକ ବିବାଦକୁ ନେଇ ଫସି ଯାଇଥିଲେ । ତାଙ୍କ ମ୍ୟାନେଜର ପ୍ରକାଶ ୨୦୦୪ରେ କୋର୍ଟରେ ପ୍ରିୟଙ୍କାଙ୍କ ବିରୁଦ୍ଧରେ ଏକ କ୍ରିମିନାଲ କେସ ଫାଇଲ କରିଥିଲେ । ସେ କହିଥିଲେଯେ ପ୍ରିୟଙ୍କା ତାଙ୍କ ଲିଗାଲ କଂଟ୍ରାକ୍ଟ ସହିତ କିଛି ଏପଟ ସେପଟ କରିଥିଲେ । ବିନା ସୂଚନାରେ ପ୍ରିୟଙ୍କା ତାଙ୍କୁ ଚାକିରୀରୁ ବାହାର କରିଦେଲେ । ଖବର ଅନୁସାରେ ଜାଜୁ ପ୍ରିୟଙ୍କାଙ୍କ କ୍ୟାରିଅର ନଷ୍ଟ କରିବା ଲକ୍ଷ୍ୟରେ କେତେକ ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଥିଲେ । ପ୍ରିୟଙ୍କା ମଧ୍ୟ ଏହାର ଉତ୍ତର ଦେଇଥିଲେ ।
ଏହି ଘଟଣାକୁ ୧୫ ବର୍ଷ ହୋଇଯାଇଛି । ସେହି ଦିନଠାରୁ ଏହି ଲଢେଇ ଶେଷ ହୋଇ ନଥିଲା । ସ୍ପଟବଏର ଖବର ଅନୁସାରେ ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଏହି ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି । ଦୁଇଜଣ କେସ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ୧୩ ଜୁଲାଇକୁ ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା ଏବଂ ପ୍ରକାଶ ଜାଜୁ ଏହି ସମସ୍ୟାର ସମାଧାନ କରି ସାରିଛନ୍ତି ।