Only for Entertainment

ପରିବାର ସହିତ ସିଗାରେଟ ପଉଥିବାର ନଜର ଆସିଲେ ପ୍ରିୟଙ୍କା, ଲୋକେ କହିଲେ ଆସ୍ଥମା ଭଲ ହୋଇଗଲା କି ?

latestly
237

ବଲିଉଡରୁ ଇଣ୍ଟରନ୍ୟାସନାଲ ଷ୍ଟାର ପାଲଟିଥିବା ପ୍ରିୟଙ୍କା ଚୋପ୍ରା ପୁଣିଥରେ ସୋସିଆଲ ମିଡିଆରେ ବିବାଦ ଘେରକୁ ଆସିଛନ୍ତି । ପ୍ରିୟଙ୍କାଙ୍କ ଏକ ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।

ଅସଲରେ ପ୍ରିୟଙ୍କାଙ୍କ ଲ୍ୟାଟେଷ୍ଟ ଫଟୋରେ ସେ ପତି ନିକ ଜୋନସ ଏବଂ ମା’ ମଧୁ ଚେପ୍ରାଙ୍କ ସହିତ ସିଗାରେଟ ପିଉଥିବାର ନଜର ଆସିଛନ୍ତି । ଫଟୋରେ ପ୍ରିୟଙ୍କା ପରିବାର ସହିତ ବୋଟରେ ବସି ସମୟ ବିତାଉଥିବାର ଦେଖିବାକୁ ମିଳିଛି ।

ପ୍ରିୟଙ୍କାଙ୍କ ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ ଖୁବ ନିରାଶ ହୋଇଛନ୍ତି ଏବଂ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି । ଟ୍ରୋଲ କରି ଲୋକେ ପ୍ରିୟଙ୍କାଙ୍କୁ ପଚାରିଛନ୍ତି ଆସ୍ଥମା ଏବେ ଭଲ ହୋଇଯାଇଛି କି ?

କହିରଖୁଛୁ ଯେ, ପ୍ରିୟଙ୍କା ବିବାହର କିଛି ସମୟ ପୂର୍ବରୁ ସିପ୍ଲା କମ୍ପାନୀର ଏକ ଇଣ୍ଟେରେ ଯୋଗଦେଇ କହିଥିଲେ ବାଣ ଫୁଟାଇବା ଫଳରେ ବାହରୁଥିବା ଧୂଆଁ ସ୍ୱାସ୍ଥ୍ୟ ପାଇଁ ଖୁବ ହାନିକାରକ ହୋଇଥାଏ । ଏହା ସହିତ ସେ କହିଥିଲେ ଯେ, ଏହା ଦ୍ୱାରା ନିଶ୍ୱାସ ନେବାରେ ଅସୁୁବିଧା ହୋଇଥାଏ ଏବଂ ଆସ୍ଥମା ରୋଗୀଙ୍କୁ ଏହା ଖୁବ ସମସ୍ୟାରେ ପକାଇଥିଲେ । ସେ ମଧ୍ୟ ଆସ୍ଥମାରେ ପିଡିତ ବୋଲି ଇଭେଣ୍ଟରେ ପ୍ରିୟଙ୍କା କହିଥିଲେ ।

ପ୍ରିୟଙ୍କାଙ୍କ ଏହି ଫଟୋ ଦେଖିବା ପରେ ଲୋକେ ଏହାକୁ ନେଇ ପଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ଦେଖନ୍ତୁ ଲୋକଙ୍କ ପ୍ରତିକ୍ରିୟା-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More