Only for Entertainment

‘ଡେଟିଂ ଆପ ଲଂଚ’କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରା ।

bollywood tadka
27

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଷ୍ଟାଇଲ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୱେଷ୍ଟର୍ଣ୍ଣ ହେଉ ବା ଇଣ୍ଡିଆନ ପ୍ରତ୍ୟେକ ଗେଟଅପକୁ ସେ ଖୁବ ଭଲ ଭାବରେ କ୍ୟାରି କରନ୍ତି । କେବଳ ଭାରତ ନୁହେଁ ଇଂଟରନେସନାଲ ସ୍ତରରେ ମଧ୍ୟ ସେ ଟପ ଆଇକନ । ତେଣୁ ତାଙ୍କ ଲୁକ୍ସ ପାଇଁ ସେ ସବୁବେଳେ ଚର୍ଚ୍ଚାକୁ ଆସିଯାନ୍ତି ।

ଗତ ରବିବାରକୁ ପୁଣିଥରେ ପ୍ରିୟଙ୍କାଙ୍କ ଷ୍ଟାଇଲିସ ଅନ୍ଦାଜ ନଜର ଆସିଛି । ପ୍ରିୟଙ୍କାଙ୍କୁ ଜୁହୁର ଏଷ୍ଟେଲାରେ କମଳା ରଙ୍ଗର ଡ୍ରେସରେ ସ୍ପଟ କରାଯାଇଛି । ଏଠାରେ ପ୍ରିୟଙ୍କା ଏକ କ୍ୟାମ୍ପେନ ଲଂଚିଂ ପାଇଁ ପହଂଚିଥିଲେ ।

ପ୍ରିୟଙ୍କା ଲୁକ ଉପର କାହାର ମ୍ୟ ନଜର ହଟିଲା ନାହିଁ । ସେଠାରେ କେତେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ଡିନର କଲେ । ତାଙ୍କ ସହିତ ନମ୍ରତା ପୁରୋହିତ, ପଜା ଢିଙ୍ଗରା ଓ ଅନୁଷା ଦାଣ୍ଡେକରଙ୍କ ଭଳି ବଡ଼ ବଡ଼ ବ୍ୟକ୍ତି ସାମିଲ ଥିଲେ ।

କହିରଖୁଛୁ ବମ୍ବଲ ଏକ ସୋସିଆଲ ଡେଟିଂ ଆପ । ଏହାର ଏମ ସୋଶଲ ଚ୍ୟାଲେଂଜ ଏବଂ ମହିଳା ସଶକ୍ତିକରଣ ।ଏକ ନିବେଶକ ଭାବରେ ପ୍ରିୟଙ୍କାଙ୍କ ଏହା ପ୍ରଥମ ବିଜନେସ ଯାହା ଭାରତରେ ଲଂଚ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More