Only for Entertainment

ଶୋଇବା ଘରର ଫଟୋ ଛାଡ଼ିବାରୁ ଲୋକ କଲେ ଏଭଳି କମେଂଟ ।

instagram
55

୨୦୧୮ର ଚର୍ଚ୍ଚିତ ବିବାହ ଥିଲା ପ୍ରିୟଙ୍କା ଓ ନିକଙ୍କ ବିବାହ ।ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଦୁହିଁଙ୍କ ହନିମୁନ୍‌ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ କାଲିଫର୍ଣ୍ଣିଆରେ ଦୁହେଁ ଏକାନ୍ତରେ ସମୟ ବିତାଉଥିବା ଜଣାପଡ଼ିଛି । ଏହାର ଫଟୋ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଥିବା ଦେଖାଯାଇଛି । କିନ୍ତୁ ସେୟାର କରିଥିବା ଫଟୋ ପାଇଁ ଏବେ ସେ ଟ୍ରୋଲ ହୋଇଛନ୍ତି ।

 

ସୂଚନା ମୁତାବକ, ପ୍ରିୟଙ୍କା ନିକ୍‌ଙ୍କ ସହ ଏକ ବ୍ୟକ୍ତିଗତ ଫଟୋ ସେୟାର କରିଥିଲେ । ଯେଉଁଥିରେ ପ୍ରିୟଙ୍କା ନିକ୍‌ଙ୍କ କାନ୍ଧରେ ମୁଣ୍ଡ ରଖି ଶୋଇଥିବା ବେଳେ ନିକ୍‌ ଟିଭି ଦେଖୁଥିବା ଦେଖା ଯାଇଛି । ଫଟୋ ସେୟାର କରି ପ୍ରିୟଙ୍କା କ୍ୟାପ୍‌ସନ୍‌ରେ ‘ହୋମ୍‌’ ବୋଲି ଲେଖିଛନ୍ତି । କିନ୍ତୁ ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପସନ୍ଦ ଆସି ନଥିବା ଦେଖା ଯାଇଛି । ଶୋଇବା ଘରେ ବି ଫଟୋଗ୍ରାଫର ରଖିଛ ନାଁ କ’ଣ? ଜଣେ ଏପରି କହିଥିବା ବେଳେ ଆଉ ଜଣେ ଏମାନେ ସବୁଆଡ଼େ ଫଟୋଗ୍ରାଫର ଧରି ବୁଲିଥାନ୍ତି ବୋଲି ଲେଖିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More