Only for Entertainment

ପ୍ରିୟଙ୍କା ଚେପ୍ରାଙ୍କ ଭାଇ ସିଦ୍ଧାର୍ଥଙ୍କ ରୋକା ସେରେମୋନୀ, ପ୍ରିୟଙ୍କା ଏପରି କଲେ ଭାଉଜଙ୍କୁ ସ୍ୱାଗତ

Hindustan Times
45

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ ନିଜ ଇଂଷ୍ଟାଗରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ତାଙ୍କ ଭାଇ ସିଦ୍ଧାର୍ଥଙ୍କ ରୋକା ସେରେମୋନୀର । ଏହି ସେରେମୋନୀ ୨୭ ଫେବୃଆରୀରେ ଦିଲ୍ଲୀର ତାଜ ହୋଟେଲରେ ହୋଇଥିଲା । ଏହି ଫଟୋରେ ସିଦ୍ଧାର୍ଥ ସ୍କିନ କଲର ଶେରୱାନୀରେ ନଜର ଆସିଥିଲେ । ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କ ଭାଉଜ ଇଶ୍ତା କୁମାରଙ୍କୁ ପିଙ୍କ କଲର ସୁଟରେ ଦେଖିବାକୁ ମିଳିଥିଲା ।

 

ଏହି ଫଟୋ ସହିତ ପ୍ରିୟଙ୍କା କ୍ୟାପସନରେ ଲେଖିଥିଲେ । ପରିବାରକୁ ସ୍ୱାଗତ ଇଶ୍ତା । ଦୁହେଁ ପରସ୍ପର ସହିତ ଭଲ ଲାଗୁଛ । ହ୍ୟାପି ରୋକା । ଏହା ବ୍ୟତିତ ଇଶ୍ତା ମଧ୍ୟ ନିଜ ଇଂଷ୍ଟାଗ୍ରାମ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି । ଫଟୋରେ ଦୁହିଁଙ୍କ ମସ୍ତିଭରା କେମେଷ୍ଟ୍ରୀ ନଜର ଆସିଛି ।

 

 

View this post on Instagram

 

My Valentines Day surprise gift arrived wrapped in a bow ?

A post shared by Ishita Kumar (@ishittaakumar) on

କହିରଖୁଛୁ ଯେ, ଭାଇ ସିଦ୍ଧାର୍ଥଙ୍କ ରୋକା ପାଇଁ ପ୍ରିୟଙ୍କା ଏବେ ପତି ନିକ ଜୋନସଙ୍କ ସହିତ ଭାରତରେ ଅଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ବଲିଉଡ ଫିଲ୍ମ ‘ସ୍କାଏ ଇଜ ପିଙ୍କ’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ ଫରହାନ ଅଖତରଙ୍କୁ ଦେଖିବାକୁ ମିଳିବ । ଦୁହିଁଙ୍କ ବ୍ୟତିତ ଫିଲ୍ମରେ ଜାୟର ୱସିମ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More