Only for Entertainment

ଆଲବମ ହିଟ୍‌ ହେବା ପରେ ପତ୍ନୀ ପ୍ରିୟଙ୍କାଙ୍କୁ ୨.୭କୋଟି ଟଙ୍କାର ବିଳାସପୂର୍ଣ୍ଣ କାର୍‌ ଉପହାରରେ ଦେଲେ ନିକ୍‌, ପ୍ରିୟଙ୍କା ଦେଲେ ଏଭଳି ରିଆକ୍ସନ !

timesnow
55

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ସ୍ୱାମୀ ନିକ୍‌ ଜୋନ୍‌ସ ତାଙ୍କୁ ୨.୭କୋଟି ଟଙ୍କାର କାର୍‌ ଉପହାରରେ ଦେବା ପରେ ସେ ଖୁସି ହୋଇ ଏହାର ସୂଚନା ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି । ଫଟୋ ସେୟାର କରି, “ଯେତେବେଳେ ସ୍ୱାମୀ ନମ୍ବର ଓ୍ଵାନ୍‌ ହୁଅନ୍ତି, ସେତେବେଳେ ପତ୍ନୀଙ୍କୁ ମର୍ସେଡିଜ୍‌ର ମେବ୍ୟାକ୍‌ ମିଳେ । ଆଇ ଲଭ୍‌ ୟୁ ବେବି । ବେଷ୍ଟ ହଜ୍‌ବ୍ୟାଣ୍ଡ ଏଭର” ବୋଲି ଲେଖିଥିଲେ ପ୍ରିୟଙ୍କା । ସ୍ୱାମୀ ନିକ୍‌ଙ୍କ ସହ ପ୍ରିୟଙ୍କା ନିଜ ନୂଆ କାର୍‌ର ଫଟୋ ସେୟାର କରିବା ପରେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ମୁତାବକ, ନିକ୍‌ଙ୍କ ମ୍ୟୁଜିକ୍‌ ଭିଡିଓ ‘ସକର୍‌’ ନମ୍ବର ଓ୍ଵାନ୍‌ ହେବା ପରେ ସେ ପ୍ରିୟଙ୍କାଙ୍କୁ ଏହି ଉପହାର ଦେଇଛନ୍ତି । ମ୍ୟୁଜିକ୍‌ ଭିଡିଓରେ ଅଭିନେତ୍ରୀ ପ୍ରିୟଙ୍କା ଏବଂ ନିକ୍‌ଙ୍କ ଭାଇ ମଧ୍ୟ ନଜର ଆସିଥିବା ଦେଖା ଯାଇଥିଲା । ଭିଡିଓ ରିଲିଜ୍‌ ପରେ ଦର୍ଶକଙ୍କୁ ଏହା ପସନ୍ଦ ଆସିବା ସହ ୧୦୦ଟି ଗୀତ ମଧ୍ୟରେ ଏହା ଏବେ ନମ୍ବର ଓ୍ଵାନ୍‌ରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More