Only for Entertainment

ନେଟଫ୍ଲିକ୍ସ ଶୋ’ ପାଇଁ ଲୁକ୍ସ ବଦଳାଇଲେ ପ୍ରିୟଙ୍କା ଚୋପ୍ରା, ଦେଖନ୍ତୁ ଦେଶୀଗର୍ଲଙ୍କ ନୂଆ ଅବତାର

latestly
32

ପ୍ରିୟଙ୍କା ଚୋପ୍ରା ନିଜ ଲୁକ୍ସ ସହିତ ଅନେକ ଏକ୍ସପେରିମେଣ୍ଟ କରିଛନ୍ତି । ଫିଲ୍ମରେ ତାଙ୍କୁ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳିଥାଏ । ଅଭିନେତ୍ରୀ ଖୁବ ଶୀଘ୍ର ଅନଲାଇନ ଷ୍ଟ୍ରିମିଂ ଫ୍ଲାଟଫର୍ମ ନେଟଫ୍ଲିକ୍ସର ଶୋ’ ‘ୱି କ୍ୟାନ ବି ହିରୋଜ’ରେ ନଜର ଆସିବେ । ଏହି ଶୋ’ରେ ପ୍ରିୟଙ୍କା ଜଣେ ସୁପରହିରୋ ଭୂମିକାରେ ନଜର ଆସିବେ । ପ୍ରିୟଙ୍କା ଏହି ଚରିତ୍ର ପାଇଁ ତାଙ୍କ ଲୁକରେ ପରିବର୍ତ୍ତନ କରିଛନ୍ତି । ସୋସିଆଲ ମିଡିଆରେ ଲିକ ହୋଇଥିବା ଏକ ଫଟୋରେ ଦେଖିବାକୁ ମିଳିଛି ଯେ, ପ୍ରିୟଙ୍କା ନିଜ କେଶକୁ ଛୋଟ କରି ଦେଇଛନ୍ତି ।

ଫଟୋରେ ଦେଖିବାକୁ ମିଳିଛି ଯେ, ପ୍ରିୟଙ୍କା ଏକ ଆଇସକ୍ରିମ ଟ୍ରକ ପାଖରେ ଠିଆ ହୋଇଛନ୍ତି । ଏବଂ ତାଙ୍କ ସହିତ ଛୋଟ ଛୋଟ ଛୁଆ ମଧ୍ୟ ନଜର ଆସିଛନ୍ତି । ଫଟୋରେ ସମସ୍ତେ ଖୁବ ଖୁସି ଥିବା ନଜର ଆସିଛନ୍ତି । ଦେଖନ୍ତୁ ଫଟୋ-

ଆପଣଙ୍କୁ କହିରଖୁଛୁ ଯେ, ପ୍ରିୟଙ୍କା ଖୁବ ଶୀଘ୍ର ବଲିଉଡ ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’ରେ ନଜର ଆସିବେ । ଫିଲ୍ମରେ ଫରହାନ ଅଖତର ଏବଂ ଜାୟରା ୱସିମଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ଫରହାନ ଏବଂ ପ୍ରିୟଙ୍କା ଜାୟରାଙ୍କ ପିତା ମାତା ଭୂମିକାରେ ନଜର ଆସିବେ । ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ସୋନାଲୀ ବୋସ । ଏହି ଫିଲ୍ମ ୧୧ ଅକ୍ଟୋବର ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More