Only for Entertainment

ଅନାଥ ଆଶ୍ରମରେ ଛୋଟ ଝିଅ ସହିତ ପ୍ରିୟଙ୍କା କଲେ ଡ୍ୟାନ୍ସ, ନିକ ସେୟାର କଲେ ଭିଡିଓ ।

AajTak
0 33

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ରବିବାର ନିଜର ଭାବିସ୍ୱାମୀ ନିକ ଜୋନସ ଏବଂ ତାଙ୍କ ପରିବାର ସହିତ ମୁମ୍ବାଇର ‘ସେଣ୍ଟ କ୍ୟାଥରିନ ଅନାଥ ଆଶ୍ରମ’ରେ ପହଁଚିଥିଲେ । ପ୍ରିୟଙ୍କା ଏବଂ ନିକ ସେଠାରେ ଥିବା ଦିବ୍ୟାଙ୍ଗ ଛୁଆମାନଙ୍କ ସହିତ ସାକ୍ଷାତ କରିବା ସହିତ ଫଟୋ ମଧ୍ୟ ଉଠାଇଥିଲେ । ଆଶ୍ରମରେ ପ୍ରିୟଙ୍କା ଏବଂ ନିକଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଛାଇ ରହିଛି । ଇତି ମଧ୍ୟରେ ନିକ ଜୋନସ ନିଜ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ପ୍ରିୟଙ୍କା ଛୋଟ ଝିଅ ସହିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ପ୍ରିୟଙ୍କା ନିଜ ଫିଲ୍ମ ‘ଗୁଣ୍ଡେ’ର ସୁପରହିଟ ଟ୍ରାକ ‘ତୁନେ ମାରି ଏଣ୍ଟ୍ରି’ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଭିଡିଓକୁ ସେୟାର କରି ନିକ ଲେଖିଥିଲେ, “St.Catherine’s orphanage today. My heart is full.”।


କହିରଖୁଛୁ ଯେ, ଶନିବାର ସକାଳେ ପ୍ରିୟଙ୍କା ଏବଂ ନିକ ଭାରତୀୟ ପରମ୍ପରା ଅନୁସାରେ ଏନଗେଜମେଣ୍ଟ କରିଥିଲେ । ଏହି ଖାସ ଅବସରରେ ନିକଙ୍କ ପିତା ଏବଂ ତାଙ୍କ ମା ମଧ୍ୟ ଉପସ୍ଥିତ ଥିଲେ । ଏନଗେଜମେଣ୍ଟ ପରେ ସଂଧ୍ୟାରେ ପ୍ରିୟଙ୍କା ନିଜର ଘନିଷ୍ଠ ବନ୍ଧୁମାନଙ୍କ ପାଇଁ ପାର୍ଟିର ଆୟୋଜନ କରିଥିଲେ ।

ନିକ ଏବେ ତାଙ୍କ ପରିବାର ସହିତ ବିଦେଶ ପଳାଇଥିବା ବେଳେ ପ୍ରିୟଙ୍କା ଇଣ୍ଡିଆରେ ଅଛନ୍ତି । ପ୍ରିୟଙ୍କା ଏବେ ନିଜର ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ର ସୁଟିଂ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More