Only for Entertainment

ନ୍ୟୁୟର୍କ ସଡ଼କରେ ରୋମାଣ୍ଟିକ ଅନ୍ଦାଜରେ ଠୁମକା ଲଗାଉଥିବା ନଜର ଆସିଲେ ଦେଶୀଗାର୍ଲ !

0 36

ବଲିଉଡ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଦ୍ରୁତ ମାତ୍ରାରେ ଭାଇରଲ ହେବାରେ ଲାଗିଛି । ଫଟୋ ହିଁ କିଛି ଏଭଳି ହୋଇଛି ଯାହା ତାଙ୍କ ଫ୍ୟାନ୍ସ ମାନେ ଖୁବ ସେୟାର କରୁଛନ୍ତି । ଦେଶୀଗାର୍ଲ ଏହି ଫଟୋରେ ନ୍ୟୁୟର୍କ ର ସଡ଼କରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଫଟୋରେ ସେ ନିଜ କୋ-ଆକ୍ଟର ରେବଲ ବିଲସନ, ଏଡମ ଡେବିନ ଏବଂ ଲୀଆମ ହେମ୍ସବର୍ଥଙ୍କ ସହ ନଜର ଆସିଛନ୍ତି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଫଟୋଟି ତାଙ୍କର ହଲିଉଡ ଫିଲ୍ମ ‘ଇଜଣ୍ଟ ଇଟ ରୋମାଣ୍ଟିକ’ର ଗୀତ ଶୁଟିଂ ସମୟର । ଏହି ଫିଲ୍ମ ଆଗାମୀ ବର୍ଷ ଭାଲେନଟାଇନ ଡେ ଅର୍ଥାତ ୧୪ଫେବୃଆରୀ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More