Only for Entertainment

ଷ୍ଟେଜରେ ନିକଙ୍କୁ ପର୍ଫମାନ୍ସ କରୁଥିବାର ଦେଖି ଖୁବ ଝୁମିଲେ ପ୍ରିୟଙ୍କା, ଦେଖନ୍ତୁ ଭାଇରାଲ ଭିଡିଓ ।

Mumbai Live
0 35

ପ୍ରିୟଙ୍କା ଏବଂ ନିକ ଜୋନସଙ୍କ ନିର୍ବନ୍ଧ ଖବର ପରେ ଦୁହିଁଙ୍କ ବିବାହ ଖବର ଏବେ ମିଡିଆରେ ଚହଳ ସୃଷ୍ଟି କରୁଛି । ଅଧିକାଂଶ ସମୟରେ ଦୁହେଁ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ଦେଖିବାକୁ ମିଳିଛି । ପ୍ରିୟଙ୍କା ଏବଂ ନିକ ଏବେ ସିଙ୍ଗାପୁରରେ ଅଛନ୍ତି । ସିଙ୍ଗାପୁରରେ ନିକଙ୍କ ପର୍ଫମାନ୍ସ ଥିବା ବେଳେ ପ୍ରିୟଙ୍କା ତାଙ୍କୁ ଚିୟର କରିବା ପାଇଁ ପହଁଚିଥିଲେ ।


ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ନିକ ଷ୍ଟେଜରେ ପର୍ଫମ କରୁଥିବା ବେଳେ ପ୍ରିୟଙ୍କା ଷ୍ଟେଜର ପାଖରେ ଗୀତର ତାଳେ ତାଳେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ଦୁହେଁ ଖୁବ ଶୀଘ୍ର ଏକ ମ୍ୟୁଜିକ ଭିଡିଓରେ ଏକା ସହିତ ନଜର ଆସିପାରନ୍ତି । ଏହି ଭିଡିଓରେ ନିକଙ୍କ ସହିତ ପ୍ରିୟଙ୍କାଙ୍କ ଭଏସର ଯାଦୁ ମଧ୍ୟ ଦର୍ଶକଙ୍କୁ ଶୁଣିବାକୁ ମିଳିପାରେ ।


ଏହା ପୂର୍ବରୁ ପ୍ରିୟଙ୍କା ଏବଂ ନିକଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଦୁହେଁ ପାର୍ଟି କରୁଥିବା ନଜର ଆସିଥିଲେ । ଭିଡିଓରେ ପ୍ରିୟଙ୍କା କିଛି କହୁଥିବା ବେଳେ ନିକ ତାଙ୍କୁ କିସ କରୁଥିବା ଦେଖିବାକୁ ମିଳିଥଲା ।

ଆପଣଙ୍କୁ କହିରଖୁଛୁ ଯେ ପ୍ରିୟଙ୍କା ସଲମାନଙ୍କ ଫିଲ୍ମ ‘ଭାରତ’ ଛାଡିବା ପରେ କିଛି ଦିନ ହେବ ଚର୍ଚ୍ଚାରେ ରହିଥିଲେ । ପ୍ରିୟଙ୍କା ବିବାହ ପ୍ଲାନିଂ ପାଇଁ ଫିଲ୍ମ ଛାଡିଥିବା କିଛି ଲୋକ କହୁଥିବା ବେଳେ କିଛି ଲୋକଙ୍କ ମତ ପ୍ରିୟଙ୍କା କୌଣସି ଅଭିନେତ୍ରୀଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ଚାହୁଁନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More