Only for Entertainment

‘ଜୟ ହିନ୍ଦ’ ଟ୍ୱିଟକୁ ନେଇ ପ୍ରିୟଙ୍କାଙ୍କ ଉପରେ ବର୍ଷିଲେ ପାକିସ୍ତାନୀ ମହିଳା, ଅଭିନେତ୍ରୀ ଦେଲେ କଡା ଜବାବ

latestly
227

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣିଥରେ ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ଦେଶର କଥା ଆସେ ତାହାକୁ ନେଇ ସେ କମ୍ପ୍ରମାଇଜ କରନ୍ତି ନାହିଁ । ନିକଟରେ ପ୍ରିୟଙ୍କା ଆମେରିକାର ଲସ୍ ଏଞ୍ଜେଲସର ଏକ ଇଭେଣ୍ଟରେ ପହଁଚିଥିଲେ । ସେଠାରେ ଜଣେ ପାକିସ୍ତାନୀ ମହିଳା ପ୍ରିୟଙ୍କାଙ୍କ ଏକ ପୁରୁଣା ଟ୍ୱିଟକୁ ନେଇ ତାଙ୍କ ଉପରେ ବର୍ଷିଥିଲେ । ପ୍ରିୟଙ୍କା ଭାରତୀୟ ସେନାକୁ ସମର୍ଥନ କରି ମାର୍ଚ୍ଚରେ ଟ୍ୱିଟ କରି ‘ଜୟ ହିନ୍ଦ’ ଲେଖିଥିଲେ ଯାହାକୁ ନେଇ ଏହି ପାକିସ୍ତାନୀ ମହିଳା ଜଣଙ୍କ ପ୍ରିୟଙ୍କାଙ୍କ ଉପରେ ନିରାଶ ହୋଇଥିଲେ । ସେ ତାଙ୍କୁ ପ୍ରତାରକ ବୋଲି ପ୍ରମାଣିତ କରିବାକୁ ଚାହୁଁଥିଲେ। ହେଲେ ଦେଶୀ ଗର୍ଲ ପ୍ରିୟଙ୍କା ତାଙ୍କୁ କଡ଼ା ଜବାବ ଦେଇଥିଲେ।

ଟ୍ୱିଟ୍‌କୁ ନେଇ ପାକିସ୍ତାନୀ ଯୁବତୀ ଜଣଙ୍କ ପ୍ରଶ୍ନ ଉଠାଇ ଥିଲେ ଓ କହିଥିଲେ, “ଆପଣ ହେଉଛନ୍ତି ଜାତିସଂଘର ଶାନ୍ତିଦୂତ। କିନ୍ତୁ ଆପଣ ପାକିସ୍ତାନ ବିପକ୍ଷରେ ପରମାଣୁ ଯୁଦ୍ଧକୁ ଉସୁକାଉଛନ୍ତି। ଆପଣ କୌଣସି ସ୍ଥିତିରେ ଏହି ଦାୟିତ୍ୱରେ (ଜାତିସଂଘର ଶାନ୍ତିଦୂତ) ରହିବା କଥା ନୁହେଁ। ମୋ ଭଳି ଲକ୍ଷ ଲକ୍ଷ ପାକିସ୍ତାନୀ ଆପଣଙ୍କ ଭଲ ପାଆନ୍ତି ଓ ଆପଣଙ୍କ ବ୍ୟବସାୟକୁ ସମର୍ଥନ କରିଛନ୍ତି।”

ଯୁବତୀ ଜଣଙ୍କୁ ଉତ୍ତର ଦେବାକୁ ଯାଇ ପ୍ରିୟଙ୍କ ଅତି ଶାନ୍ତ ସ୍ୱରରେ କହିଥିଲେ,”ପାକିସ୍ତାନରେ ମୋର ବହୁତ ସାଙ୍ଗ ଅଛନ୍ତି। ଆଉ ମୁଁ ହେଉଛି ଭାରତୀୟ। ମୁଁ ଯୁଦ୍ଧକୁ ଭଲ ପାଏ ନାହିଁ। କିନ୍ତୁ ମୁଁ ଦେଶଭକ୍ତ । ତେଣୁ ମୁଁ ଯଦି ମୋତେ ଭଲ ପାଉଥିବା ଲୋକଙ୍କ ମନରେ ଆଘାତ ଦେଇଛି, ତା’ହେଲେ ସେଥିପାଇଁ ମୁଁ ଦୁଃଖିତ।”

ସେ ଆହୁରି କହିଥିଲେ,”ମୁଁ ଭାବୁଛି ଆମ ସମସ୍ତଙ୍କ ପାଇଁ ସବୁ ବେଳେ ଏକ ମଝି ରାସ୍ତା ଥାଏ, ଯେଉଁଥିରେ ଆମେ ସମସ୍ତେ ଚାଲିବା ଦରକାର। ଏବେ ଏଠାରେ ତୁମେ ଯେଉଁଭଳି ବ୍ୟବହାର କଲ ତାହା ଉଚିତ ନୁହେଁ । ଆମେ ସମସ୍ତେ ଏଠାରେ ପ୍ରେମ ଓ ଶାନ୍ତି ବିଷୟରେ କଥା ହେବାକୁ ଆସିଛନ୍ତି।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More