Only for Entertainment

ପ୍ରିୟଙ୍କା ଶେୟାର କଲେ ‘କ୍ୱାଣ୍ଟିକୋ’ର ପୋଷ୍ଟର, ଜାଣନ୍ତୁ କେବେ ଠାରୁ ହେବ ଆରମ୍ଭ

Bollywood Tadka
0 46

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ପୁଣିଥରେ ‘କ୍ୱାଣ୍ଟିକୋ’ର ସିଜିନ ୩ରେ ନଜର ଆସିବେ । ପୂର୍ବରୁ ରିଲିଜ ହୋଇଥିବା ଏହାର ଦୁଇଟି ସିଜିନରେ ପ୍ରିୟଙ୍କାଙ୍କ କାମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ସିଜନରେ ମଧ୍ୟ ପ୍ରିୟଙ୍କା ଆଲେକ୍ସ ପେରିଶ ଚରିତ୍ରରେ ନଜର ଆସିବେ ।

ପ୍ରିୟଙ୍କା ଟୁଇଟରେ ଶୋ’ର ଏକ ପୋଷ୍ଟ ଶେୟାର କରି ଏହାର ରିଲିଜ ଡେଟ ବିଷୟରେ ଖୁଲାସା କରିଛନ୍ତି । ପୋଷ୍ଟରେ ପ୍ରିୟଙ୍କା ଆକ୍ରାମକ ଅନ୍ଦାଜରେ ନଜର ଆସିଛନ୍ତି । ଏହି ସିରିଜ ୨୬ ଏପ୍ରିଲକୁ ଏବିସି ଟିଭିରେ ପ୍ରସାରଣ ହେବ ବୋଲି ମଧ୍ୟ ପ୍ରିୟଙ୍କା ନିଜ ଟୁଇଟରେ କହିଛନ୍ତି ।


କୁହାଯାଉଛି ଯେ ଏହି ସିଜିନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏବଂ ଏହା ଦର୍ଶକଙ୍କର ଖୁବ ମନୋରଞ୍ଜନ କରିବାରେ ସକ୍ଷମ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More