Only for Entertainment

ଭାଇଜାନ ଏବଂ ସନ୍ନି ଲିଓନିଙ୍କୁ ପଛରେ ପକାଇ ଆଗ ଧାଡିରେ ରହିଲେ ଦେଶୀଗର୍ଲ !

33

ବାଦଶାହା ଖାନ ଶାହାରୁଖ, ଭାଇଜାନ ସଲମାନ, ଡିମ୍ପଲ ଗର୍ଲ ଦିପିକା ପାଦୁକୋଣ. ଇଂଟରନ୍ୟାଶନାଲ ଚେହେରା ସନ୍ନି ଲିଓନିଙ୍କୁ ପଛରେ ପକାଇ ପୁଣି କମାଲ କଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଇଂଟରନେଟ କୁଇନ ହୋଇଛନ୍ତି ଦେଶୀ ଗର୍ଲ । ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ସବୁଠୁ ଅଧିକ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଭାବେ ସବୁଠୁ ଆଗରେ ଏବେ ରହିଛନ୍ତି ପ୍ରିୟଙ୍କା ।

ଏକ ବିଦେଶୀ ମାଗାଜିନର ସର୍ଭେ ରିର୍ପୋଟ ମୁତାବକ ପ୍ରିୟଙ୍କାଙ୍କ ଚାହିଦା ବିଦେଶରେ ବେଶ ଅଧିକ ରହିଛି । ବଲିଉଡ ସେଲିବ୍ରିଟିଭାବେ ବିଦେଶରେ ସବୁଠୁ ଅଧିକ ଥର ପ୍ରିୟଙ୍କାଙ୍କୁ ସର୍ଚ୍ଚ କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ ଓ କ୍ରମାଗତ ତାଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ତାଙ୍କ ପଛକୁ ସନ୍ନି ଲିଓନି ଓ ଦୀପିକା ପାଦୁକୋଣ ରହିଛନ୍ତି । ଜଣେ ଗ୍ଲୋବାଲ ଆଇକନ ଭାବେ ପ୍ରିୟଙ୍କା ପ୍ରଥମ ଥର ପାଇଁ ଏହି ସଫଳତା ପାଇଛନ୍ତି । ପ୍ରତି ମାସରେ ୪,୨ ବିଲିୟନ ସେ।।ସିଆଲ ମିଡିଆ ୟୁଜର୍ସ ଅଭିନେତ୍ରୀଙ୍କ ନାଁ ସର୍ଚ୍ଚ କରନ୍ତି । ପୂର୍ବରୁ ଟାଇମସ ମାଗାଜିନ ଦ୍ୱାରା ପ୍ରକାଶିତ ଦୁନିଆର ୧୦୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରିୟଙ୍କାଙ୍କ ନାଁ ସ୍ଥାନ ପାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More