Only for Entertainment

ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ନେଇ ପ୍ରଥମଥର ଆସିଲା ମା’ ମଧୁ ଚୋପ୍ରାଙ୍କ ବୟାନ, ସବୁ ରାଜରୁ ଉଠିଲା ପରଦା ।

indiatoday
0 77

କିଛି ଦିନରୁ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଚର୍ଚ୍ଚାରେ ରହିଛନ୍ତି । ପ୍ରଥମେ ସଲମାନଙ୍କ ଫିଲ୍ମ ‘ଭାରତ’ ଛାଡିବା ଏବଂ ପରେ ଏନଗେଜମେଣ୍ଟ କରିନେବା ପରି ଖବର ତାଙ୍କ ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ଶୁଣିବାକୁ ମିଳୁଛି ଯେ ପ୍ରିୟଙ୍କା ୧୬ ସେପ୍ଟେମ୍ବରରେ ନିଜଠାରୁ ୧୦ ବର୍ଷ ସାନ ନିକ ଜୋନସଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି ।

୧୬ ସେପ୍ଟେମ୍ବର ନିକଙ୍କ ଜନ୍ମଦିନ ହୋଇଥିବାକୁ ଦୁହେଁ ଏହି ଦିନ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ ପ୍ରିୟଙ୍କାଙ୍କ ବିବାହକୁ ନେଇ ପ୍ରଥମଥର ପାଇଁ ମା’ ମଧୁ ଚୋପ୍ରାଙ୍କ ବୟାନ ସାମ୍ନାକୁ ଆସିଛି । ନିକଟରେ ଏକ ଇଣ୍ଟରଭ୍ୟୁରେ ମଧୁ ଏହି ବିଷୟରେ ମୁହଁ ଖୋଲିଛନ୍ତି ।

କ’ଣ ପ୍ରିୟଙ୍କା ସେପ୍ଟେମ୍ବରରେ ବିବାହ କରିବେ ଏହି ପ୍ରଶ୍ନରେ ମଧୁ ଉତ୍ତର ଦେଇଥିଲେ ନା । ସେହିପରି ଫିଲ୍ମ ଭାରତ ଛାଡିବା ପରେ ଫିଲ୍ମର ପ୍ରଡ୍ୟୁସର ପ୍ରିୟଙ୍କାଙ୍କୁ ଅନପ୍ରୋଫେସନାଲ କହିବା ପ୍ରଶ୍ନରେ କହିଥିଲେ ଏହା କିଏ କହିଲା । ଏହା ଆପଣମାନେ କହିଛନ୍ତି । କିନ୍ତୁ ମଧୁ ପ୍ରିୟଙ୍କାଙ୍କ ବିବାହକୁ ନେଇ ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି ଏହା ସହିତ ପ୍ରିୟଙ୍କା ଏବଂ ନିକ ମଧ୍ୟ ବିବାହକୁ ନେଇ କୌଣସି ଜବାବ ଦେଇନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More