Only for Entertainment

ବିବାହ ପୂର୍ବରୁ ପୂରା ପରିବାର ସହ ମିଶି ଡିନର କଲେ ପ୍ରିୟଙ୍କା ନିକ , ଫ୍ୟାମିଲି ଫଟୋରେ ଏଭଳି ଆସିଲେ ନଜର !

27

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ଏବେ ଖୁବ ଚର୍ଚ୍ଚାରେ ରହିଛି । ଉଭୟ ପରସ୍ପରକୁ ୬ ବର୍ଷ ହେବ ଡେଟ କରିଥିଲେ । ଏହାପରେ ଇଟାଲିର ଲେକ କୋମୋରେ ଦୁହେଁ କୋଙ୍କଣୀ ଏବଂ ସିନ୍ଧୀ ପରମ୍ପରାରେ ବିବାହ କରିଥିଲେ । ଦୁହିଁଙ୍କ ପରିବାରକୁ ସମ୍ମାନ ଦେବାରୁ ଯାଇ ଦୁହେଁ ଦୁଇଟି ପରମ୍ପରାରେ ବିବାହ କରିଥିଲେ ।

ଖବର ଅନୁସାରେ ଦୀପିକା ଏବଂ ରଣବୀରଙ୍କ ପରେ ପ୍ରିୟଙ୍କା ଏବଂ ନିକ ଜୋନସ ମଧ୍ୟ ଦୁଇଟି ପରମ୍ପରାରେ ବିବାହ କରିବେ । ମିଡ ଡେର ରିପୋର୍ଟ ଅନୁସାରେ ପ୍ରିୟଙ୍କା ଏବଂ ନିକ ଉଭୟ ହିନ୍ଦୁ ଏବଂ କ୍ରିଷ୍ଟିଆନ ପରମ୍ପରାରେ ବିବାହ କରିବେ । ପ୍ରଥମେ ଦୁହେଁ ହିନ୍ଦୁ ପରମ୍ପରାରେ ବିବାହ କରିବେ ପରେ ଦୁହେଁ କ୍ରିଷ୍ଟିଆନ ପରମ୍ପରାରେ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି ।

 

View this post on Instagram

 

Happy thanksgiving.. family.. forever..

A post shared by Priyanka Chopra (@priyankachopra) on


ଡିସେମ୍ବର ୧-୨ରେ ଯୋଧପୁର ଦୁହେଁ ବିବାହ କରିବାକୁ ଯାଉଛନ୍ତି । ମାତ୍ର ବିବାହ ପୂର୍ବରୁ ଦୁହେଁ ପରିବାର ସହ ମିଶି ଡିନର କରିଛନ୍ତି । ଏହି ସ୍ପେଶାଲ ଡିନର ଫଟୋ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ନିକ ସେଂଟରରେ ବସିଛନ୍ତି ଏବଂ ପ୍ରିୟଙ୍କା ନିକଙ୍କ କଡରେ । ଫଟୋରେ ସମସ୍ତଙ୍କ ଚେହେରାରେ ଖୁସିର ଝଲକ ଦେଖିବାକୁ ମିଳିଛି । ଏଠାରେ ଆମେ କହି ରଖୁଛୁ ଯେ ପ୍ରିୟଙ୍କା ଏବଂ ନିକ ଦୁହେଁ ଏହି ବିବାହକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More