Only for Entertainment

ପ୍ରିୟଙ୍କାଙ୍କ ମନ୍ତବ୍ୟକୁ ନେଇ ପାକିସ୍ତାନକୁ କଡା ଜାବାବ ଦେଲା ନିସେଫ

131

ଜଣେ ପାକିସ୍ତାନୀ ମହିଳାଙ୍କୁ ଉଚିତ୍‌ ଜବାବ ଦେଇଥିବାରୁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କ ଜବାବ ଶୁଣି ପାକିସ୍ତାନୀ ମହିଳାଜଣଙ୍କ ରାଗିଯିବା ସହ ପ୍ରିୟଙ୍କାଙ୍କୁ ନେଇ ବିବାଦୀୟ ମତ ରଖିବା ଆରମ୍ଭ କରି ଦେଇଥିଲେ । ଏମିତିକି ତାଙ୍କୁ ୟୁନିସେଫ୍ ଗୁଡ୍‌ଓ୍ଵିଲ୍‌ ଆମ୍ବାସଡର ପଦରୁ ହଟାଇବା ପାଇଁ ମଧ୍ୟ ମହିଳା ଦାବି କରିଥିଲେ । ମହିଳାଙ୍କ ଦାବି ଦେଖି ପାକିସ୍ତାନର ମାନବାଧିକାର ଆୟୋଗର ସଚିବ ଜାତିସଂଘକୁ ଚିଠି ଲେଖି ପ୍ରିୟଙ୍କାଙ୍କୁ ପଦରୁ ହଟାଇବା ଲାଗି ଦାବି କରିଥିଲେ ।

ଏବେ ଏହି ଦାବିକୁ ନେଇ ୟୁନିସେଫ୍‌ର ପ୍ରବକ୍ତା ଷ୍ଟିଫନ ଡ଼ୁଜାରିକ୍‌ କହିଛନ୍ତି, ଯେତେବେଳେ ଜଣେ ୟୁନିସେଫ୍‌ ଗୁଡ୍‌ଓ୍ଵିଲ୍‌ ଆମ୍ବାସଡର ବ୍ୟକ୍ତିଗତ ଭାବରେ ନିଜ ଇଚ୍ଛାକୁ ଜାହିର କରିବା ସହ ଜଣଙ୍କୁ ସମର୍ଥନ କରିବାକୁ ଚାହିଁବ, ତେବେ ସେ ତାହା କରି ପାରିବ । ୟୁନିସେଫ୍‌ ଗୁଡ୍‌ଓ୍ଵିଲ୍‌ ଆମ୍ବାସଡରଙ୍କ ବ୍ୟକ୍ତିଗତ ବିଚାର ଏବଂ ତାଙ୍କ କାର୍ଯ୍ୟ ୟୁନିସେଫ୍‌କୁ ପ୍ରଭାବିତ କରି ନ ଥାଏ । ଯଦି ସେ ୟୁନିସେଫ୍‌ ପକ୍ଷରୁ କିଛି କହୁଛନ୍ତି, ତେବେ ସେମାନେ ନିରପେକ୍ଷ ଭାବେ ନିଜର ମତ ରଖିବାକୁ ବାଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More