Only for Entertainment

ଏହି ହଲିଉଡ ଫିଲ୍ମରେ ଯୋଗ ଟ୍ରେନର ଭୂମିକାରେ ନଜର ଆସିବେ ପ୍ରିୟଙ୍କା, ଖୁବ ଶୀଘ୍ର ହେବ ରିଲିଜ ।

Today Show
19

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ବଲିଉଡ ଫିଲ୍ମ ଠାରୁ ଦୂରେଇ ଯାଇଛନ୍ତି । ପ୍ରିୟଙ୍କା ଏବେ ବଲିଉଡ ଠାରୁ ହଲିଉଡରେ ବେଶ ସକ୍ରିୟ ଅଛନ୍ତି । ତାଙ୍କ ଫ୍ୟାନ୍ସ ତାଙ୍କୁ ଏବେ ହଲିଉଡ ଫିଲ୍ମରେ ଦେଖୁଛନ୍ତି । ପ୍ରିୟଙ୍କା ହଲିଉଡରେ ଏବେ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ନିଜର ଆଗାମୀ ହଲିଉଡ ଫିଲ୍ମରେ ପ୍ରିୟଙ୍କା ଜଣେ ଯୋଗ ଟ୍ରେନର ଭୂମିକାରେ ନଜର ଆସିବେ । ଏହା ତାଙ୍କର ତୃତୀୟ ହଲିଉଡ ଫିଲ୍ମ ହେବକୁ ଯାଉଛି ।

ପ୍ରିୟଙ୍କାଙ୍କ ଆଗାମୀ ହଲିଉଡ ଫିଲ୍ମର ନାମ ରହିଛି ‘ଇଜ ନଟ ଇଟ ରୋମାଣ୍ଟିକ’ । ଏହା ଏକ ଆମେକିକାନ-ଅଷ୍ଟ୍ରେଲିଆନ ପ୍ରୋଜେକ୍ଟ । ପ୍ରିୟଙ୍କାଙ୍କ ବ୍ୟତିତ ଫିଲ୍ମରେ ରେବେଲ ବିଲ୍ସନ, ଲିୟାମ ହେ ସବର୍ଥ ଏବଂ ଏଡମ ଡିଭାଇନଙ୍କ ପରି କଳାକରା ନଜର ଆସିବେ । ଆମେରିକା ଏବଂ କାନ୍ନାଡାରେ ଫିଲ୍ମ ୧୩ ଫେବୃଆରୀରେ ରିଲିଜ ହେବ ।

ଫିଲ୍ମରେ ରାବେଲ ନ୍ୟୁୟର୍କର ଜଣେ ଆର୍କିଟେକ ଭୂମିକାରେ ନଜର ଆସିବେ ।  ଫିଲ୍ମରେ ଯୋଗ ଟ୍ରେନର ଇସାବେଲା ଚରିତ୍ରରେ ନଜର ଆସିବେ । ନେଟଫ୍ଲିକ୍ସରେ ଏହି ଫିଲ୍ମ ୨୮ ଫେବୃଆରୀରେ ରିଲିଜ ହେବ । ଏହା ବ୍ୟତିତ ଆମେରିକା ଏବଂ କାନ୍ନାଜା ବ୍ୟତିତ ଏହି ଫିଲ୍ମ ପୂରା ବିଶ୍ୱରେ ୨୮ ପେବୃଆରୀରେ ହିଁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More