Only for Entertainment

ସଂଜୟ ଲୀଲା ଭଂସାଲୀଙ୍କ ସହିତ ହାତ ମିଳାଇଲେ ପ୍ରିୟଙ୍କା ଚେପ୍ରା, ସଲମାନଙ୍କ ସହିତ ଆସିପାରନ୍ତି ନଜର

Latestly
19

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ବଲିଉଡ ଭାଇଜାନ ସଲମାନ ଖାନଙ୍କ ମନୋମାଳିନ୍ୟ ବୋଧ ହୁଏ ଶେଷ ହୋଇସାରିଛି । ନିକଟରେ ପ୍ରୟଙ୍କା ନିଜ ବିବାହ ପାଇଁ ସଲମାନଙ୍କ ଫିଲ୍ମ ‘ଭାରତ’ରେ କାମ କରିବା ପାଇଁ ମନା କରିଦେଇଥିଲେ । ଏହା ପରେ ସଲମାନ ପ୍ରିୟଙ୍କାଙ୍କ ଉପରେ ଖୁବ ରାଗିଥିଲେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ପ୍ରିୟଙ୍କା-ନିକଙ୍କ ରିସେପ୍ସନରେ ଯୋଗ ଦେଇ ସଲମାନ ଏହି ସବୁ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଥିଲେ । ତେବ ପ୍ରିୟଙ୍କା ଇଶାରା ଇଶାରାରେ ଏବେ ଏପରି କିଛି କହିଛନ୍ତି ଯାହା ଶୁଣିଲେ ସଲମାନ ଏବଂ ପ୍ରିୟଙ୍କାଙ୍କ ଫ୍ୟାନ୍ସ ଖୁସିରେ ଝୁମି ଉଠିବେ ।

ଅସଲରେ ପ୍ରିୟଙ୍କା କଫି ୱିଥ କରଣ ଶୋ’ର ଶେଷ ଏପିସୋଡରେ ଅତିଥି ଭାବେ ନଜର ଆସିଥିଲେ । ଶୋ’ରେ ପ୍ରିୟଙ୍କା କରୀନା କପୁରଙ୍କ ସହିତ ପହଁଚିଥିଲେ । ଶୋ’ର ର‌୍ୟାପିଡ ଫାୟର ରାଉଣ୍ଡରେ ଯେବେ ପ୍ରିୟଙ୍କାଙ୍କୁ ପଚରାଗଲା ସେ ସଂଜୟ ଲୀଲା ଭଂସାଲୀ ନା ଭିଶାଲ ଭାରଦ୍ୱାଜଙ୍କ ସହିତ କାମ କରିବା ପାଇଁ ଚାହିଁବେ ?

sanjay-priyanka-140814

ଏହି ପ୍ରଶ୍ନର ଉତ୍ତରରେ ଦେଶୀଗର୍ଲ କହିଥିଲେ ମୁଁ ଦୁଇ ଜଣଙ୍କ ସହିତ କାମ କରୁଛି । ପୂର୍ବରୁ ଆମେ ଆପଣଙ୍କୁ କହିଥିଲୁ ଯେ, ସଲମାନଙ୍କ ସହିତ ସଂଜୟ ଲୀଲା ଭଂସାଲୀ ଏକ ଫିଲ୍ମ କରିବା ପାଇଁ ଯାଉଛନ୍ତି । ସେହି ସମୟରେ ପ୍ରିୟଙ୍କାଙ୍କ ଏହି ଇଶାରାରୁ ଜଣା ପଡୁଛି ସେ ଖୁବ ଶୀଘ୍ର ସଲମାନଙ୍କ ସହିତ ରୋମାନ୍ସ କରିବାର ନଜର ଆସିବେ ।

ୱାର୍କଫିଟ ବିଷୟରେ କହିବାକୁ ଗଲେ, ପ୍ରିୟଙ୍କା ଏବେ ନିଜର ବଲିଉଡ ପ୍ରୋଜେକ୍ଟ ‘ସ୍କାଏ ଇଜ ପିଙ୍କ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ଅପୋଜିଟରେ ଫରହାନ ଅଖତରଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତିତ ନିକଟରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ‘ଇଜ ନଟ ଇଟ ରୋମାଣ୍ଟିକ’ରେ ମଧ୍ୟ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More