ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଧିକାଂଶ ସମୟରେ ନିଜ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ପ୍ରତ୍ୟେକ ଆଉଟଫିଟକୁ ଖୁବ ଭଲ ଭାବରେ କ୍ୟାରି କରନ୍ତି । ସୋସିଆଲ ମିଡିଆରେ ତାଙ୍କ ଫଟୋ ଆସିବା ମାତ୍ରେ ଭାଇରାଲ ହୋଇଯାଏ ।
ନିକଟରେ ପୁଣିଥରେ ପିସିଙ୍କୁ ଜୁହୁରେ ସ୍ପଟ କରାଯାଇଛି । ଯାହାର କିଛି ଫଟୋ ସାମ୍ନାକୁ ଆସିଛି । ତେବେ ପ୍ରିୟଙ୍କା ମିଡିଆକୁ ଦେଖିବା ମାତ୍ରେ ଚଷମା ପିନ୍ଧିଦେଲେ ଏବଂ ପୋଜ ଦେଲେ ।
ଖବର ପାଇଁ କହିରଖୁଛୁ ପ୍ରିୟଙ୍କା ଖୁବଶୀଘ୍ର ଫିଲ୍ମ ଦ ସ୍କାଇ ଇଜ ପିଙ୍କ’ରେ ନଜର ଆସିବେ, ଯାହାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା ଏବଂ ଯଥେଷ୍ଟ ପ୍ରଶଂସା ମଧ୍ୟ ସାଉଁଟିଛି ।