Only for Entertainment

ଲଣ୍ଡନର ରାସ୍ତାରେ ନଜର ଆସିଲା ପ୍ରିୟଙ୍କାଙ୍କ ଜବରଦସ୍ତ ଅନ୍ଦାଜ, ୟୁନିକ ଷ୍ଟାଇଲରେ କଲେ ଇମ୍ପ୍ରେସ !

35

ପ୍ରିୟଙ୍କା ଚୋପ୍ରା ଦେଶ ନୁହେଁ ବିଦେଶରେ ମଧ୍ୟ ନିଜ ଫ୍ୟାଶନ ସେନ୍ସକୁ ନେଇ ପରିଚିତ । ସେ ନିଜ ଲୁକରେ ସମସ୍ତଙ୍କୁ ଇମ୍ପ୍ରେସ କରନ୍ତି । ନିକଟରେ ପ୍ରିୟଙ୍କା ଲଣ୍ଡନର ସଡକରେ ସ୍ପଟ ହୋଇଥିଲେ, ଯେଉଁଥିରେ ସେ ଖୁବ ସୁନ୍ଦର ଏବଂ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ ।

୩୬ବର୍ଷୀୟା ପ୍ରିୟଙ୍କା ୭୨ତମ କାନ୍ସ ଫେଷ୍ଟିଭାଲରେ ସ୍ୱାମୀ ନିକ ଜୋନସଙ୍କ ରେଡ କାର୍ପେଟରେ ନଜର ଆସିଥିଲେ । କିନ୍ତୁ ଏହି ଫଟୋରେ ସେ ଏକା ନଜର ଆସିଛନ୍ତି ।

ପ୍ରିୟଙ୍କା ନାଲି ରଂଗର ଭେଲବେଟ ସୁଟ ପିନ୍ଧି ସୁନ୍ଦର ଦିଶୁଥିଲେ । ଏଥିରେ ରେଶମୀ ବ୍ଲାଉଜ ଦହ ବେଲବେଟ ସୁଟ ପ୍ୟାଂଟ ଏବଂ କୋର୍ଟ ପିନ୍ଧିଥିଲେ ପ୍ରିୟଙ୍କା, ଯେଉଁଥିରେ ସେ ଖୁବ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ ।

ବିବାହ ପରେ ପ୍ରିୟଙ୍କା ଭଳି କି ଭଳି ସୁନ୍ଦର ଡେସରେ ନଜର ଆସୁଛନ୍ତି । ସେହିଭଳି ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ବଲିଉଡରେ କମବ୍ୟାକ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ସାରିଲେଣି । ସେ ସୋନାଲୀ ବୋଷଙ୍କ ‘ଦ ଷ୍କାଇ ଇଜ ପିଙ୍କ’ରେ ନଜର ଆସିବେ । ଫିଲ୍ମର ସୁଟିଂ ଅନେକ ଦିନ ହେବ ଆରମ୍ଭ ହୋଇ ଗଲାଣି । ଫିଲ୍ମ ଚଳିତ ବର୍ଷ ୧୧ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More