Only for Entertainment

ସଲମାନଙ୍କ ସହ ହୋଇଥିବା ବିବାଦକୁ ନେଇ ଶେଷରେ ମୁହଁ ଖୋଲିଲେ ପ୍ରିୟଙ୍କା, କହିଲେ ଏଭଳି କଥା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

56

ବଲିଉଡ  ଏବଂ ହଲିଉଡରେ ନିଜ ଖାସ ପରିଚୟ ବନାଇଥିବା ପ୍ରିୟଙ୍କା ଚୋପ୍ରା ତିନି ବର୍ଷ ପରେ ପୁଣିଥରେ ବଲିଉଡରେ କମବ୍ୟାକ କରୁଛନ୍ତି । ସେ ନିର୍ଦ୍ଦେଶକ ସୋନାଲୀ ବୋଷଙ୍କ ଫିଲ୍ମ ସ୍କାଇ ଇଜ ପିଙ୍କରେ ନଜର ଆସିବେ । ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଅଭିନେତା ଫରହାନ ଅଖତର ଏବଂ ଜାୟରା ବସିମ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଅଭିନେତ୍ରୀ ଏବେ ଫିଲ୍ମ ପ୍ରମୋଶନରେ ଲାଗିପଡିଛନ୍ତି । ଏହାମଧ୍ୟରେ ସେ ପୂର୍ବ ବର୍ଷ ଭାରତ ଫିଲ୍ମକୁ ନେଇ ବିବାଦ ଏବଂ ସଲମାନଙ୍କ ସହ ଶୀତଳ ଯୁଦ୍ଧ ବିଷୟରେ ଖୁଲାସା କରିଛନ୍ତି ।

ପ୍ରିୟଙ୍କା କହିଛନ୍ତି ଯେ ଯଦି ଝଗଡା ହୋଇଥାଆନ୍ତି ଏତେ ବଡ କଥା ପାଇଁ ସେ ପ୍ରତିକ୍ରିୟା ନିଶ୍ଚୟ ଦେଇଥାଆନ୍ତେ । ସଲମାନ ଜଣେ ଖୁବ ଭଲ ମଣିଷ ଏବଂ ସେ ଆଜି ମଧ୍ୟ ତାଙ୍କୁ ଆଗଭଳି ସମ୍ମାନ କରୁଛନ୍ତି । ସଲମାନ ଦେଶୀଗର୍ଲଙ୍କ ରିସେପସନରେ ଆସିଥିଲେ ଏବଂ ବିବାହ ପରେ ସଲମାନଙ୍କ ଘରକୁ ପ୍ରିୟଙ୍କା ଯାଇଥିବା ମଧ୍ୟ କହିଛନ୍ତି । ସଲମାନଙ୍କ ଭଉଣୀ ଅର୍ପିତା ପ୍ରିୟଙ୍କାର ଭଲ ବନ୍ଧୁ । ଏହାସହ ସେ କହିଛନ୍ତି ଏଭଳି କିଛି ବି ସଲମାନଙ୍କ ସହ ତାଙ୍କର ଘଟିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More