Only for Entertainment

ଏହି ବ୍ୟକ୍ତି ହେଉଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ପ୍ରିୟ କ୍ରିକେଟର

hindirush
29

ବଲିଉଡ ତଥା ହଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରା ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି, କିନ୍ତୁ ନିକଟରେ ଦେଇଥିବା ଏକ ଇଂଟରଭ୍ୟୁକୁ ନେଇ ଚର୍ଚ୍ଚାରେ ଅଛନ୍ତି ଦେଶୀ ଗର୍ଲ । ଯେଉଁଥିରେ ଏକ ଖାସ କଥା କହିଛନ୍ତି ଅଭିନେତ୍ରୀ । ଇଂଟରଭ୍ୟୁରେ ସେ ତାଙ୍କ ପ୍ରିୟ ଖେଳାଳୀଙ୍କ ନାମ ଖୁଲାସା କରିଛନ୍ତି । ତେବେ ପ୍ରିୟଙ୍କା ଇଂଟରଭ୍ୟୁରେ ଖେଳପ୍ରତି ଥିବା ନିଜର ଉତ୍ସାହ ବିଷୟରେ ମଧ୍ୟ ଜଣାଇଛନ୍ତି । ପ୍ରିୟଙ୍କାଯେ ଖେଳକୁ ଖୁବ ଭଲପାଆନ୍ତି ଏବଂ ତାଙ୍କ ବାପାଙ୍କ ସହିତ ସେ ବିଭିନ୍ନ ଟୁର୍ଣ୍ଣାମେଂଟ ମଧ୍ୟ ଯାଇଛନ୍ତି ।

ଖୁବ କମ ଲୋକ ଜାଣନ୍ତିଯେ ତାଙ୍କ ଦାଦା ରଣଜୀ ଖେଳାଳୀ ଥିଲେ ଏବଂ ପରିବାର କ୍ରିକେଟକୁ ପାଗଳ ଭଳି ପାଆନ୍ତି । ତାଙ୍କ ପୂରା ପରିବାର କ୍ରିକେଟ ପ୍ରେମୀ । ଏହି ମଧ୍ୟରେ ପ୍ରିୟଙ୍କା ଏହା ମଧ୍ୟ କହିଛନ୍ତିଯେ ଟିମ ଇଣ୍ଡିଆ ତାଙ୍କର ପ୍ରିୟ ଟିମ୍ । ବିରାଟ କୋହଲି ଏବଂ ରୋହିତ ଶର୍ମା ତାଙ୍କର ପ୍ରିୟ କଳାକାର ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ପ୍ରିୟଙ୍କା ଖୁବଶୀଘ୍ର ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’ରେ ନଜର ଆସିବେ । ତାଙ୍କ ଅପୋଜିଟରେ ଫରହାନ ଅଖତରଙ୍କୁ ଦେଖିବାର ସୁଯୋଗ ପାଇବେ ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More