Only for Entertainment

ବାଜିରାଓ ମସ୍ତାନୀ ପରେ ପୁଣି ଥରେ ସଞ୍ଜୟ ଲୀଲା ଭଂସାଲୀଙ୍କ ସହିତ କାମ କରିବେ ପ୍ରିୟଙ୍କା, ‘ହୀରା ମଣ୍ଡି’ରେ ଦେଖିବାକୁ ମିଳିବ ଜଲୱା ।

dnaindia
24

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛି ଦିନ ହେବ ନିଜ ବିବାହକୁ ନେଇ ଖୁବ ଚର୍ଚ୍ଚାରେ । ୨ ଡିସେମ୍ବରରେ ପ୍ରିୟଙ୍କା ନିକଙ୍କ ସହିତ ହିନ୍ଦୁ ପରମ୍ପରାରେ ବିବାହ କରିଛନ୍ତି । ଆପଣଙ୍କୁ ଆମେ ପୂର୍ବରୁ କହିଥିଲୁ ଯେ, ପ୍ରିୟଙ୍କା ବିବାହ ଏବଂ ରିସେପ୍ସନ ପରେ ନିଜର ଆଗାମୀ ଫିଲ୍ମ ‘ଦ ସ୍ମାଇ ଇଜ ପିଙ୍କ’ର ସୁଟିଂ ଆରମ୍ଭ କରିଦେବେ ।

ଏହା ସହିତ ଶୁଣିବାକୁ ମିଳିଛି ଯେ, ପ୍ରିୟଙ୍କା ‘ଦ ସ୍ମାଇ ଇଜ ପିଙ୍କ’ ପରେ ଆଉ ଏକ ଫିଲ୍ମକୁ ସାଇନ କରିଛନ୍ତି । ଆଜ୍ଞା ହଁ, ଖୁବ ଶୀଘ୍ର ପ୍ରିୟଙ୍କା ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ହୀରା ମଣ୍ଡି’ରେ ନଜର ଆସିବେ । ବାଜିରାଓ ମସ୍ତାନୀ ପରେ ଏହା ପ୍ରିୟଙ୍କାଙ୍କୁ ଦ୍ୱିତୀୟ ଫିଲ୍ମ ହେବେ ଯେଉଁଥିରେ ସେ ସଂଜୟଙ୍କ ସହିତ କାମ କରିବେ । ଏହି ଫିଲ୍ମର କାହାଣୀ ହୀରା ମଣ୍ଡିର ଗଙ୍ଗୁବାଇ କୋଠେବାଲୀଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମରେ ପ୍ରିୟଙ୍କା ଗଙ୍ଗୁବାଇଙ୍କ ଭୂମିକାରେ ନଜର ଆସିବେ । କିନ୍ତୁ ଏବିଷୟରେ ଏବେ ଇଫିସିଆଲ ଭାବେ କିଛି ଘୋଷଣା କରାଯାଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More