Only for Entertainment

‘କ୍ୱାଣ୍ଟିକୋ’ ପରେ ପ୍ରିୟଙ୍କାଙ୍କ ହାତକୁ ଆସିଲା ଆଉ ଏକ ହଲିଉଡ ପ୍ରେଜେକ୍ଟ. ଏହି ଅଭିନେତାଙ୍କ ସହିତ ଆସିବେ ନଜର

zee news
0 43

ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ଲମ୍ବା ଯାତ୍ର ସଫଳତାର ସହ ଅତିକ୍ରମ କରିଥିବା ଇଣ୍ଟରନ୍ୟସନାଲ ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରା ନିଜର ଅପକମିଂ ଫିଲ୍ମ ଭାରତକୁ ନେଇ ଚର୍ଚ୍ଚାରେ । ଦୁଇ ବର୍ଷ ପରେ ପ୍ରିୟଙ୍କାଙ୍କୁ ବଲିଉଡ ଫିଲ୍ମରେ ଦେଖିବାକୁ ମିଳିବ । ପ୍ରିୟଙ୍କା ହଲିଉଡରେ ମଧ୍ୟ ବିଜି ରହୁଥିବାର ଦେଖିବାକୁ ମିଳିଛି । ବଲିଉଡ ପ୍ରୋଜେକ୍ଟ ବ୍ୟତିତ ପ୍ରିୟଙ୍କାଙ୍କ ହାତରେ ଏବେ ବଡ ହଲିଉଡ ପ୍ରେଜେକ୍ଟ ରହିଛି । ପ୍ରିୟଙ୍କା ଖୁବ ଶୀଘ୍ର ହଲିଉଡ ଷ୍ଟାର ୱିଲ ସ୍ମିଥଙ୍କ ସହିତ ନଜର ଆସିବେ ।

priyanka chopra will smith

ଏହି ଦୁଇ ଷ୍ଟାର ଖୁବଶୀଘ୍ର ଏକ ୟୁ-ଟ୍ୟୁବ ସିରିଜରେ ଏକା ସହିତ କାମ କରିବେ । ଥ୍ରିଲର ସିରିଜ ‘କ୍ୱାଣ୍ଟିକୋ’ରେ ଲିଡ ରୋଲରେ ନଜର ଆସିବା ପରେ ପ୍ରିୟଙ୍କା ଏକ ଟକ ସୋ’ ହୋଷ୍ଟ କରିବେ ଯେଉଁଥିରେ ସେ ରିୟଲ ଲାଇଫ ହିରୋଙ୍କ ବିଷୟରେ କଥା ହେବାର ଦେଖିବାକୁ ମିଳିବ । ଦ ହଲିଉଡ ଖବର ଅନୁସାରେ ୱିଲ ସ୍ମିଥ ଗତ ବର୍ଷ ଡିସେମ୍ବରରେ ୟୁ-ଟ୍ୟୁବ ଜଏନ କରିଥିଲେ । ଏହାପରେ ସେ ଅନେକ ବିଡିଓ ଅପଲୋଡ କରିଛନ୍ତି ।

ୟୁ-ଟ୍ୟୁବର ଚିଫ ବିଜନେସ ଅଫିସର ରେବର୍ଟ ଗୁରୁବାର ଦିନ ପ୍ରିୟଙ୍କା ଏବଂ ୱିଲଙ୍କ ଏହି ଶୋ’ ବିଷୟରେ ସୂଚନା ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More