Only for Entertainment

‘ଭାରତ’ ପାଇଁ ଭାରତ ଫେରିଲେ ପ୍ରିୟଙ୍କା, ୧୦ ବର୍ଷ ପରେ ସଲମାନଙ୍କ ସହିତ କରିବେ ରୋମାନ୍ସ

IMDb
0 49

ପ୍ରିୟଙ୍କା ଚୋପ୍ରା ଭାରତ ଫେରିବାର ସୂଚନା ତ ଆମେ ଆପଣଙ୍କୁ ଦେଇଛୁ । କିନ୍ତୁ ସେ କ’ଣ ପାଇଁ ଭାରତ ଫେରିଛନ୍ତି ଆପଣ ଜାଣନ୍ତି କି ? ଅସଲ କଥାଟି ହେଉଛି ପ୍ରିୟଙ୍କା ‘ଭାରତ’ ପାଇଁ ଭାରତ ଫେରିଛନ୍ତି । ଆଜ୍ଞା ହଁ, ସଲମାନଙ୍କ ଆଗାମୀ ଫିଲ୍ମ ‘ଭାରତ’ ପାଇଁ ଭାରତ ଫେରିଛନ୍ତି ପ୍ରିୟଙ୍କା । ଫିଲ୍ମରେ ପ୍ରିୟଙ୍କା ସଲମାନଙ୍କ ସହିତ ରୋମାନ୍ସ କରିବାର ନଜର ଆସିବେ । ସବୁଠାରୁ ଆକର୍ଷଣୀୟ କଥା ହେଉଛି କି ସଲମାନ ଏବଂ ପ୍ରିୟଙ୍କା ୧୦ ବର୍ଷ ପରେ ବଡ ପରଦାରେ ଏକାଠି ନଜର ଆସିବେ ।

salman-khan_Priyanka-chopra

ଏହା ପୂର୍ବରୁ ୨୦୦୪ ରେ ପ୍ରିୟଙ୍କା ଓ ସଲମାନ ଫିଲ୍ମ ‘ମୁଝ ସେ ଶାଦି କରୋଗୀ’ରେ ଏକାଠି ନଜର ଆସିଥିଲେ । ଏହାପରେ ‘ସଲାମ-ଏ-ଇସ୍କ’ ଏବଂ ‘ଗଡ ତୁସି ଗ୍ରେଟ ହୋ’ରେ ଦୁହେଁ ଏକାଠି ନଜର ଆସିଥିଲେ । ‘ଗଡ ତୁସି ଗ୍ରେଟ ହୋ’ ୨୦୦୮ରେ ରିଲିଜ ହୋଇଥିଲା । ବର୍ତ୍ତମାନ ଦୁହେଁ ୧୦ ପରେ ବଡ ପରଦାକୁ ଫେରିବେ ।

ଅଲ୍ଲୀ ଆବାସ ଜଫର ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି । ଏହା ପୂର୍ବରୁ ସେ ସଲମାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ଓ ସୁଲତାନକୁ ମଧ୍ୟ ଡାଇରେକ୍ଟ କରିଛନ୍ତି । ରିପୋର୍ଟ ଅନୁସାରେ ଜଫର ନ୍ୟୁୟର୍କରେ ମଧ୍ୟ ପ୍ରିୟଙ୍କାଙ୍କୁ ସାକ୍ଷାତ କରି ଫିଲ୍ମ ବିଷୟରେ କଥା ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More