Only for Entertainment

ପୁଣିଥରେ ହଲିଉଡ ଫିଲ୍ମରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା ।

bollywood tadka
0 40

ପ୍ରିୟଙ୍କା ଚେପ୍ରା ଜଣେ ବହୁ ପ୍ରତିକ୍ଷୀତ ଅଭିନେତ୍ରୀ । ନିଜର ନିଆରା ଅଭିନୟ ପାଇଁ ସେ ସବୁବେଳେ ସସସ୍ତଙ୍କଠାରୁ ଭିନ୍ନ । ସେଥିପାଇଁ ସେ ଅନ୍ୟ ଅଭିନେତ୍ରୀଙ୍କ ଅପେକ୍ଷା ଖୁବ ଖାସ । ବଲିଉଡରେ ସେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ତିଆରି କରି ସାରିଛନ୍ତି । ତେଣୁ ସମସ୍ତେ ତାଙ୍କର ଦିୱାନା । କେବଳ ବଲିଉଡରେ ନୁହେଁ ବରହ ହଲିଉଡରେ ମଧ୍ୟ ସେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ।

 

ହଲିଉଡ ଧାରାବାହିକ କ୍ୱାଂଟିକୋରେ ତାଙ୍କ ଅଭିନୟକୁ ସାରା ବିଶ୍ୱରେ ଖୁବ ପସନ୍ଦ କରାଯାଇଥିଲା । ଏଥିପାଇଁ ପ୍ରିୟଙ୍କାଙ୍କୁ ଗୋଲଡେନ ଗୋଲ୍ଡ ଆୱାର୍ଡ଼ ମଧ୍ୟ ମିଳିଥିଲା । ଏହା କେବଳ ପ୍ରିୟଙ୍କାଙ୍କ ପାଇଁ ନୁହେଁ ବରଂ ସାରା ଭାରତ ପାଇଁ ଗର୍ବର ବିଷୟ ।

 

ପ୍ରିୟଙ୍କା ଏବେ ବଲିଉଡ ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’କୁ ନେଇ ବ୍ୟସ୍ତ ଅଛନ୍ତି । ସୋନାଲି ବୋସଙ୍କ ଏହି ଅପକମିଂ ଫିଲ୍ମରେ ସେ ପରହାନ ଅଖତରଙ୍କ ବିପକ୍ଷରେ ନଜର ଆସିବେ । ଏହା ସହିତ ଜାୟରା ବସୀମ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ମୋଟିଭେସନାଲ ସ୍ପିକର ଆୟଶା ଚୌଧରୀଙ୍କ ଜୀବନୀ ଉପରେ ଆଧାରିତ । ଏହି ଫିଲ୍ମ ସିଦ୍ଧାର୍ଥ ରୟ କପୁରଙ୍କ ହୋମ ପ୍ରଡକ୍ସନ ବ୍ୟାନର ତଳେ ନିର୍ମାଣ କରାଯାଉଛି ।

 

 

 

ପ୍ରିୟଙ୍କା ହଲିଉଡ ଫିଲ୍ମ ‘ଇଜନଟ ଇଟ ରୋମାଂଟିକ? ପ୍ରିୟଙ୍କା ଏହି ଫିଲ୍ମର ସୁଟିଂ ଶେଷ କରି ସାରିଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ରିବେଲ ବିଲ୍ସନ,ଲିଆମ ହେମ୍ସବର୍ଥ ଏବଂ ଏଡ଼ମ ଡିଭାଇନ ନଜର ଆସିବେ ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More