Only for Entertainment

ବୟଫ୍ରେଣ୍ଡ ନିକଙ୍କ ସହିତ ଷ୍ଟାଡିୟମରେ ନଜର ଆସିଲେ ପ୍ରିୟଙ୍କା, ଭିଡିଓ ହେଉଛି ଭାଇରାଲ

MSN
0 65

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିବା ଇଣ୍ଟରନ୍ୟାସନାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ । କଥାଟି ହେଉଛି ନିକଟରେ ପ୍ରିୟଙ୍କାଙ୍କୁ ଆମେରିକାର ଡାଜର୍ସ ଷ୍ଟାଡିୟମରେ ତାଙ୍କର କଥା କଥିତ ବୟଫ୍ରେଣ୍ଡ ନିକ ଜୋନସଙ୍କ ସହିତ ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ପ୍ରଶଂସକ ଏହି ଭିଡିଓକୁ ସୁଟ କରିଥିବା ଜଣା ପଡିଛି । ଏହି ଭିଡିଓରେ ପ୍ରିୟଙ୍କା ନିକଙ୍କ ସହିତ ବେସବଲ ଷ୍ଟାଡିୟମ ଭିତରକୁ ଯାଉଥିବାର ଦେଖିବାକୁ ମିଳିଛି ।


କହିରଖୁଛୁ ଏହା ପ୍ରଥମଥର ନୁହେଁ ଯେ ଦୁହିଁଙ୍କୁ ଏକାସହିତ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ମଧ୍ୟ ନିକ ଏବଂ ପ୍ରିୟଙ୍କାଙ୍କୁ ୨୦୧୭ରେ ଏକ ରେଡ କାର୍ପେଟ ଇଭେଣ୍ଟରେ ଏକାସହିତ ଦେଖିବାକୁ ମିଳିଥିଲା । କିନ୍ତୁ ସେତେବେଳେ ପ୍ରିୟଙ୍କା ଏହାକୁ ମଜାରେ ଉଡାଇଦେଇଥିଲେ ।

ନିକ ଜୋନସ ଜଣେ ଆମେରିକୀୟ ସିଙ୍ଗର ଏବଂ ଆକ୍ଟର । ୨୫ ବର୍ଷୀୟ ନିକ୍ ଅନେକ ବଡ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More