Only for Entertainment

ଲଣ୍ଡନର ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ପ୍ରିୟଙ୍କା, ମହମ ମୂର୍ତ୍ତିରେ ନଜର ଆସିଲା ବୋଲ୍ଡ ଅନ୍ଦାଜ

bollywood life
52

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ଖୁବ ଫେମସ । ଇତି ମଧ୍ୟରେ ମଙ୍ଗଳବାର ଲଣ୍ଡନର ମ୍ୟାଡାମ ତୁଷାଦ ମ୍ୟୁଡିୟମରେ ପ୍ରିୟଙ୍କାଙ୍କ ମହାମ ମୂର୍ତ୍ତିକୁ ଅନାବରଣ କରାଗଲା । ପ୍ରିୟଙ୍କାଙ୍କ ଏହି ମହମ ମୂର୍ତ୍ତିର ଉଦଘାଟନ ପରେ ଏବେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଲଣ୍ଡନରେ ପ୍ରିୟଙ୍କାଙ୍କ ମହାମ ମୂର୍ତ୍ତି ଉଦଘାଟନ ଉତ୍ସବରେ ପ୍ରିୟଙ୍କା ନିଜେ ଉପସ୍ଥିତ ନଥିଲେ । କିନ୍ତୁ ତାଙ୍କର ଏଐହି ମହମ ମୂର୍ତ୍ତି ଅବିକଳ ତାଙ୍କ ପରି ଦେଖାଯାଉଛି । ଏହା ଷ୍ଟାଚ୍ୟୁକୁ ଦେଖିଲା ପରେ ଆପଣ ବି କନଫ୍ୟୁଜ ହୋଇଯିବେ ଯେ କିଏ ଅସଲି ଆଉ କିଏ ନକଲି ।

pc

ଏହି ମହମ ମୂର୍ତ୍ତି ପ୍ରିୟଙ୍କାଙ୍କ ୨୦୧୭ ଗୋଲଡେନ ଗ୍ଲୋବ ଲୁକରୁ ପ୍ରେରିତ । ପ୍ରିୟଙ୍କାଙ୍କ ମହମ ପ୍ରତିମାକୁ ଗୋଲଡେନ ଗାଉନରେ ଷ୍ଟାଇଲ କରାଯାଇଛି । ସବୁଠାରୁ ଖାସ କଥା ହେଉଛି ମହମ ମୂର୍ତ୍ତିରେ ବି ପ୍ରିୟଙ୍କାଙ୍କ ବୋଲ୍ଡନେସ ଦେଖିବାକୁ ମିଳିଛି ।

ଏହି ମହମ ମୂର୍ତ୍ତିକୁ ଗୋଲଡେନ ଡିପ ନେକ ଗାଉନରେ ଷ୍ଟାଇଲ କରାଯାଇଥିବା ବେଳେ ମହମ ମୂର୍ତ୍ତିରେ କ୍ଲିଭେଜ ନଜର ଆସୁଛି । ତାଙ୍କର ଏହି ମହମ ପ୍ରତିମାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଲ ଣ୍ଡନ ବ୍ୟତିତ ପ୍ରିୟଙ୍କାଙ୍କ ମହମ ମୂର୍ତ୍ତି ନ୍ୟୁୟର୍କ, ସିଡନୀ ଏବଂ ସିଙ୍ଗାପୁରରେ ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More