Only for Entertainment

ବିବାହ ବାର୍ଷିକ ପୂର୍ବରୁ ଦେଶୀ ଗର୍ଲ ନିକଙ୍କୁ ଜଣାଇଲେ ଖୁସି ଖବର, ଦୁହେଁ ଦୁହିଁଙ୍କୁ ଜଣାଇଲେ ଶୁଭେଚ୍ଛା !

77

ପ୍ରିୟଙ୍କା ଚୋପ୍ରା ପତି ନିକ ଜୋନଓ ଏବଂ ତାଙ୍କ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାମୀ ନିକଙ୍କ ପ୍ରିୟଙ୍କା ‘ଆଇ ଲଭ ୟୁ’ଲେଖି ଶୁଭେଚ୍ଛା ଜଣାଇଛନ୍ତି ।

ଗ୍ରେମୀ ଆୱାର୍ଡ ୨୦୨୦ପାଇଁ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନସଙ୍କ ‘ସକର’ଆଲବମକୁ ବେଷ୍ଟ ପପ୍ ଡୁୟୋ/ଗୃପ ପରଫର୍ମାନ୍ସ ବିଭାଗରେ ନାମାଙ୍କିତ କରାଯାଇଛି । ଏହି ଆଲବମରେ ନିକଙ୍କ ଭାଇ ଜୋୟ ଏବଂ କେବିନ ଜୋନଓ ମଧ୍ୟ ପରଫର୍ମ କରିଥିଲେ । ଅଭିନେତ୍ରର ଏହି ଉପଲବ୍ଧି ପାଇଁ ନିକ, ଜୋୟ ଏବଂ କେବିନଙ୍କୁ ଶୁଭକାମନା ଜଣାଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପ୍ରିୟଙ୍କା ଲେଖିଛନ୍ତି, ଜୋନଓ ବ୍ରଦର୍ସ ତୁମମାନଙ୍କ ଉପରେ ଗର୍ବ ହେଉଛି । ଆଇ ଲଭ ୟୁ ନିକ ! ଭିଡିଓରେ ତିନି ଭାଇ ରିହର୍ସଲ କରୁଥିବାର ନଜର ଆସିଛନ୍ତି ।

ନିକ ମଧ୍ୟ ଗ୍ରେମୀ ଆୱାର୍ଡରେ ନୋମିନେଶନ ପାଇଁ ନିଜ ଭାଇ ମାନଙ୍କୁ ଶୁଭକାମନା ଜଣାଇଛନ୍ତି । ନିକ ଏହି ମଉକାରେ ପ୍ରିୟଙ୍କାଙ୍କୁ ବିବାହ କରିବା ମଧ୍ୟ ଲକି ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ ତାଙ୍କଚ ବିବାହ ୧ବର୍ଷ ହେବାକୁ ଯାଉଛି । ଏହା ପୂର୍ବରୁ ଆୱାର୍ଡ ପାଇଁ ନୋମିନେସନ ମିଳିବା ସତରେ ଅଦ୍ଭୁତ ।

ଏଠାରେ ଆମେ କହି ରଖୁଛୁ ଯେ ଜୋନଓ ବ୍ରଦର୍ସଙ୍କ ଆଲବମ ‘ସକର’ରିଲିଜ ହେବା ପରେ ଟ୍ରେଣ୍ଡ କରିବା ଆରମ୍ଭ କରି ଦେଇଥିଲା । ଖୁବ ଶୀଘ୍ର ଆଲବମ୍ ବିଲବୋର୍ଡର ୨୦୦ଗୀତ ମଧ୍ୟରେ ନମ୍ବର ୱାନ ହୋଇ ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More