Only for Entertainment

ପୋଷାକକୁ ନେଇ ପୁଣି ବିବାଦରେ ଦେଶୀ ଗର୍ଲ ପ୍ରିୟଙ୍କା !

New HD Wallpapers
0 65

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛି ନା କିଛି କାରଣରୁ ବିଭିନ୍ନ ସମୟରେ ବିବାଦୀୟ ହୋଇପଡୁଛନ୍ତି । ଆସାମର ବ୍ରାଣ୍ଡ ଆମ୍ବାସାଡର ହେବା ସତ୍ତେ୍ୱ ରାଜ୍ୟରେ ଗତବର୍ଷ ବନ୍ୟାବେଳେ ପୂରା ନିରବ ରହିବା ଯୋଗୁଁ ତାଙ୍କୁ ସାମାଲୋଚନର ଶିକାର ହେବାକୁ ପଡିଥିଲା । ସେହିପରି ଆୟକର ଜାଲରେ ପଡି ହଟହଟା ହେବାପରେ ଏବେ ଏକ କ୍ୟାଲେଣ୍ଡର ପାଇଁ ଅଡୁଆରେ ପଡିଯାଇଛନ୍ତି ପ୍ରିୟଙ୍କା । ଆସାମ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକାଶିତ ଏକ କ୍ୟାଲେଣ୍ଡରରେ ପ୍ରିୟଙ୍କାଙ୍କ ବିବାଦୀୟ ଫଟୋକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ହଟଚମଟ । ଏଥିରେ ଅଶ୍ଳୀଳତା ଥିବା ଦର୍ଶାଇ ରାଜ୍ୟର ବିରୋଧୀ କଂଗ୍ରେସ ବିଧାୟକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କ୍ଷୁଦ୍ର ତଥା ଅଶ୍ଳୀଳ ପୋଷାକ ପିନ୍ଧି ରାଜ୍ୟର ସଂସ୍କୃତିକୁ ଅପମାନିତ କରିଛନ୍ତି ଏବଂ ପ୍ରିୟଙ୍କାଙ୍କୁ ଆମ୍ବାସାଡର ପଦରୁ ବହିଷ୍କାର କରାଯାଉ ବୋଲି ସେମାନେ ନ ଦାବି କରିଛନ୍ତି ।

PC-Calendar

କେବଳ ଏହି ଘଟଣା ନୁହେଁ ପୂର୍ବରୁ ମଧ୍ୟ ପୋଷାକ ପାଇଁ ଅଡତୁଆରେ ପଡିଛନ୍ତି ପ୍ରିୟଙ୍କା । ଗତବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଲିନ ଗ୍ରସ୍ତ କରିଥିବା ବେଳେ ତାଙ୍କୁ ସାକ୍ଷାତ କରିଥିଲେ ପ୍ରିୟଙ୍କା । ସେତେବେଳେ ସେ ଆଣ୍ଠୁ ପର୍ଯ୍ୟନ୍ତ ଥିବା ଏକ ଫ୍ରକ ପିନ୍ଧିଥିଲେ । ଏଥିପାଇଁ ତାଙ୍କୁ ବିିଭିନ୍ନ ଆଡୁ ସମାଲେଚିତ ହେବାକୁ ପଡିଥିଲା ।

ଗୋଟିଏ ପଟେ ବିବାଦ ସୃଷ୍ଟି ହୋଇଥିବାବେଳେ ଅନ୍ୟପଟେ ନିଜ କର୍ମମୟ ଜୀବନରେ ବ୍ୟସ୍ତ ଅଛନ୍ତି ପ୍ରିୟଙ୍କା । ଲୋକପ୍ରିୟ ଟେଲିଭିଜନ ଶୋ ‘କ୍ୱାଣ୍ଟିକୋ’ର ତୃତୀୟ ସିଜନ୍ ଏପ୍ରିଲ ୨୮ରୁ ଆରମ୍ଭ ହେଉଛି । ଏବେଠାରୁ ସେ ସୁଟିଂରେ ବ୍ୟସ୍ତ । ସେହିପରି ଦୁଇଟି ହଲିଉଡ ଫିଲ୍ମ ‘ଏ କିଡ ଲାଇକ୍ ଜେକ୍’ ଏବଂ ‘ଇଜନଟ ଇଟ୍ ରୋମାଣ୍ଟିକ’ ଫିଲ୍ମରେ ମଧ୍ୟ ନଜର ଆସିବେ ପ୍ରିୟଙ୍କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More