ପ୍ରିୟଙ୍କା ଚୋପ୍ରା ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ଛାଇ ଯାଇଛନ୍ତି । ଆମେରିକା ସିଙ୍ଗର ନିକ ଜୋନସଙ୍କ ସହିତ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଏବେ ପ୍ରିୟଙ୍କା ଲଣ୍ଡନରେ ଅଛନ୍ତି । ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଖୁବ ପର୍ଫେକ୍ସନର ସହିତ ନଡ଼ିଆ ଭାଙ୍ଗୁଥିବା ନଜର ଆସିଛନ୍ତି ।
ଏହି ଭିଡ଼ିଓ ସୁଟିଂ ମଧ୍ୟରେ ହୋଇଛି ।ନଡ଼ିଆ ଭାଙ୍ଗୁଥିବା ସମୟରେ ସେଟର ଷ୍ଟାର କ୍ରୁ ଉପସ୍ଥିତ ଥିଲେ ।ନଡ଼ିଆ ଭାଙ୍ଗିବା ପୂର୍ବରୁ ପ୍ରିୟଙ୍କା ସମସ୍ତଙ୍କ ସଚେତନ କରିଦେଲେଯେ ଯଦି ନଡ଼ିଆ ଭାଙ୍ଗିବା ଦ୍ୱାରା କାହାକୁ କିଛି କ୍ଷତି ପହଂଚିବ ତେବେ ମୁଁ ସେଥିପାଇଁ ଦାୟୀ ନୁହେଁ । ଗଣପତି ବାପା ମୋରିୟା କହି ସେ ନଡ଼ିଆ ଭାଙ୍ଗିଛନ୍ତି ।