Only for Entertainment

ଭାରତୀୟ ଫିଲ୍ମ ବିଷୟରେ ବିବାଦୀୟ ବୟାନ ଦେଇ ଟ୍ରୋଲ ହେଲେ ପ୍ରିୟଙ୍କା ଚୋପ୍ରା, ଲୋକେ କହିଲେ କର ବୟକଟ

insta pic
0 79

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପ୍ରିୟଙ୍କା ଭାରତୀୟ ଫିଲ୍ମ ଏବଂ ଗୀତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କାଙ୍କ ଏହି ୨ ବର୍ଷ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହି ଭିଡିଓ ୨୦୧୬ ଏମି ଆୱାର୍ଡସର ।

 

ଭିଡିଓରେ ରିପୋର୍ଟର ପ୍ରିୟଙ୍କାଙ୍କୁ ଭାରତୀୟ ଡ୍ୟାନ୍ସ ମୁଭ କରିବା ପାଇଁ କହିଥିବା ବେଳେ ପ୍ରିୟଙ୍କା ଉତ୍ତର ଦେଇଥିଲେ ‘ଇଣ୍ଡିଆନ ମୁଭି ଇଜ ଅଲ ଆବାଉଟ ହିପସ ଆଣ୍ଡ ବୁବ୍ସ ।’ ଏହା ସହିତ ସେ କିଛି ଡ୍ୟାନ୍ସ ମୁଭ କରୁଥିବାର ନଜର ଆସିଛନ୍ତି ।


ଏହି ବିବାଦୀୟ ବୟାନକୁ ନେଇ ଟ୍ୱିଟରରେ ପ୍ରିୟଙ୍କାଙ୍କୁ ଲୋକେ ଟ୍ରୋଲ କରିବାରେ ଲାଗିଛନ୍ତି । କେହି କେହି ପ୍ରିୟଙ୍କାଙ୍କୁ ବୟ କଟ କରିବା ପାଇଁ ମଧ୍ୟ ସ୍ୱର ଉଠାଇଛନ୍ତି । ଜାଡେଜା ଟୁଇଟ କରି କହିଛନ୍ତି, ‘ଭାରତୀୟ ଫିଲ୍ମକୁ ନେଇ ଏହା ହେଉଛି ପ୍ରିୟଙ୍କା ଚୋପ୍ରାଙ୍କ ବିଚାର । ଯେଉଁ ଫିଲ୍ମ ପାଇଁ ସେ ଆଜି ହଲିଉଡରେ ପହଁଚିଛନ୍ତି । ଲୋକେ ପଇସା ଏବଂ ନାମକୁ ନେଇ କେତେ ତଳକୁ ଖସି ଯାଆନ୍ତି ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More