Forbes 2018: ପାୱାରଫୁଲ ୱମନ ତାଲିକାରେ ପ୍ରିୟଙ୍କା ଚୋପ୍ରା, ଏକାକୀ ଭାରତୀୟ ସେଲିବ୍ରିଟି ଭାବେ ପାଇଲେ ସ୍ଥାନ ।
ଫୋର୍ବ୍ସ ମ୍ୟାଗାଜିନ ୨୦୧୮ର ବିଶ୍ୱର ୧୦୦ ପାୱରଫୁଲ ୱମନ ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ଉପଲବ୍ଧି ହାସଲ କରିଛନ୍ତି । ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ କ୍ୟାଟେଗରିରେ ଦୁନିଆର ସବୁଠାରୁ ପାୱାରଫୁଲ ୱମନ ତାଲିକାରେ ପ୍ରିୟଙ୍କା ଏକାକୀ ଭାରତୀୟ ସେଲିବ୍ରିଟି ଭାବେ ସ୍ଥାନ ପାଇଛନ୍ତି । ୧୦୦ ପାୱରଫୁଲ ୱମନ ତାଲିକାରେ ପ୍ରିୟଙ୍କାଙ୍କୁ ୯୪ତମ ସ୍ଥାନ ମିଳିଛି । ସେହିପରି ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ କ୍ୟାଟେଗରିରେ ସେ ୧୫ତମ ସ୍ଥାନ ହାସିଲ କରିଛନ୍ତି ।
Announcing: The world’s most powerful women 2018 https://t.co/ZWOPsM8Hh2 #PowerWomen pic.twitter.com/TKndrd022X
— Forbes (@Forbes) December 4, 2018
ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ କ୍ୟାଟେଗରିର ପ୍ରଥମ ସ୍ଥାନରେ ଓପରା ବିନଫ୍ରେ ଅଛନ୍ତି । ପ୍ରିୟଙ୍କାଙ୍କ ବ୍ୟତିତ ଭାରତର ରୋଶନି ନାଡର ମଲହୋତ୍ରା, ଶୋଭନା ଭରତିଆ, କକିରଣ ମଜମୁଦାର ଶଙ୍କ ନାମ ଏହି ଲିଷ୍ଟରେ ସାମିଲ ଅଛି ।
ପ୍ରିୟଙ୍କା ପାୱରଫୁଲ ୱମନ ତାଲିକାରେ ବାଜି ମାରିଥିବା ବେଳେ ହାଇଏଷ୍ଟ ପେଡ ଇଣ୍ଡିଆନ ସେଲିବ୍ରିଟି ତାଲିକାରେ ପ୍ରିୟଙ୍କା ନିରଶ ହୋଇଛନ୍ତି । ଏହି ତାଲିକାରେ ପ୍ରିୟଙ୍କା ବାର୍ଷିକ ୧୮ କୋଟି ଆୟ କରି ୪୯ ତମ ସ୍ଥାନରେ ଅଛନ୍ତି । ଗତବର୍ଷ ପ୍ରିୟଙ୍କା ଏହି ତାଲିକାରେ ୭ମ ର୍ୟାଙ୍କରେ ଥିଲେ । ତେବେ ଏହି ତାଲିକାରେ ସଲମାନ ଖାନ ପ୍ରଥମ ର୍ୟାଙ୍କରେ ଥିବା ବେଳେ ମହିଳା ସେଲିବ୍ରିଟିଙ୍କ ତାଲିକାରେ ଦୀପିକା ପ୍ରଥମ ର୍ୟାଙ୍କରେ ଅଛନ୍ତି ।