Only for Entertainment

ନଭେମ୍ବର ନୁହେଁ, ଏହି ମାସରେ ନିକ ଜୋନସଙ୍କ ସହିତ ବିବାହ କରିପାରନ୍ତି ପ୍ରିୟଙ୍କା !

DNA
0 42

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜ ଅଫେୟରକୁ ନେଇ ଅଧକ ଚର୍ଚ୍ଚାରେ । ଶୁଣିବାକୁ ମିଳୁଛି ଯେ ପ୍ରିୟଙ୍କା ନିଜ ଜନ୍ମଦିନରେ ବୟଫ୍ରେଣ୍ଡ ନିକ ଜୋନସଙ୍କ ସହିତ ଏନଗେଜମେଣ୍ଟ କରିଛନ୍ତି ।

କେବଳ ଏତିକି ନୁହେଁ ନିକଙ୍କ ସହିତ ସମୟ ବିତାଇବା ପାଇଁ ସେ ସଲମାନଙ୍କ ଫିଲ୍ମ ‘ଭାରତ’କୁ ମଧ୍ୟ ଛାଡି ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶକ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଥିଲେ । ପ୍ରିୟଙ୍କାଙ୍କ ଏହି ନଷ୍ପତ୍ତିରେ ତାଙ୍କ ଫ୍ୟାନ୍ସ ମଧ୍ୟ ଖୁବ ନିରାଶ ହୋଇଛନ୍ତି । ଏପରି ସଲମାନ ଖାନ ପ୍ରିୟଙ୍କାଙ୍କ ସହିତ ଆଗକୁ ଫିଲ୍ମ କରିବା ପାଇଁ ମନା କରିଦେଇଛନ୍ତି ।

priyanka

ଇତି ମଧ୍ୟରେ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ଯେ ଏହି ଲଭ ବାର୍ଡ ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ବିବାହ କରିପାରନ୍ତି । କିନ୍ତୁ ମିଡ ଡେ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଏବଂ ନିକ ୧୬ ସେପ୍ଟେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

କହିରଖୁଛୁ ଯେ ୧୬ ସେପ୍ଟେମ୍ବର ନିକଙ୍କ ଜନ୍ମଦିନ ଏବଂ ସେ ୨୬ ବର୍ଷର ହୋଇଯିବେ । ଏହି ଖାସ ଅବସରରେ ସେ ନିଜର ଖୁସିକୁ ଦୁଇଗୁଣା କରିବାକୁ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More