Only for Entertainment

ସଲମାନଙ୍କ ଭାରତ ପରେ ପ୍ରିୟଙ୍କା ଚୋପ୍ରା ନଜର ଆସିବେ ଏହି ଫିଲ୍ମରେ ।

E24
0 64

ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ କିଛିଦିନ ହେବ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପ୍ରିୟଙ୍କାଙ୍କୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି । ଅର୍ଥାତ ସେ ଏବେ ଆମେରିକା ସିଙ୍ଗର ନିକ ଜୋନ୍ସଙ୍କ ପ୍ରେମରେ ପଡିଥିବା ଖବର ସାରା ଦୁନିଆରେ ଚହଳ ପକାଇବାରେ ଲାଗିଛି । ସେ ଏବେ ନିକଙ୍କୁ ନେଇ ଭାରତ ଆସିଥିବା ଦେଖିବାକୁ ମିଳିଥିଲା । ସେହିଭଳି ଖୁବ ଶୀଘ୍ର ପ୍ରିୟଙ୍କା ସଲମାନଙ୍କ ଭାରତ ଫିଲ୍ମରେ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ସୁଟିଂ ଜୁଲାଇରୁ ଆରମ୍ଭ ହେବ ବୋଲି କୁହାଯାଉଛି ।

ଏହାପରେ ଏବେ ଶୁଣିବାକୁ ମିଳିଛି ଯେ ପିଗିଚପ୍ସଙ୍କ ହାତରେ ଆଉ ଏକ ଫିଲ୍ମ ଲାଗିବାକୁ ଯାଉଛି । ଖବର ମୁତାବକ ପ୍ରିୟଙ୍କା ଖୁବ ଶୀଘ୍ର ସୋନାଲୀ ବୋସଙ୍କ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ଦେଶୀ ଗର୍ଲଙ୍କ ସହ ଫରହାନ ଅଖତର ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଆୟେଶା ଚୌଧୁରୀଙ୍କ ଜୀବନ ଉପରେ ଆଧାରିତ ।

ଫିଲ୍ମରେ ଫରହାନ ଏବଂ ପ୍ରିୟଙ୍କା ଆୟେଶାଙ୍କ ମା’ ଭୂମିକାରେ ନଜର ଆସିବେ । ଆୟେଶାଙ୍କ ଭୂମିକାରେ ନଜର ଆସିବେ ଜାୟରା ବସୀମ । ଫିଲ୍ମ ସୁଟିଂ ଅଗଷ୍ଟ ମାସରୁ ଆରମ୍ଭ ହେବ । ଏବେ କେବଳ ଦେଖିବାକୁ ଅଛି ଯେ ପ୍ରିୟଙ୍କା ଏହି ଫିଲ୍ମରେ କ’ଣ କମାଲ ଦେଖାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More