Only for Entertainment

ଅଫେୟରକୁ ନେଇ ମୁହଁ ଖୋଲିଲେ ପ୍ରିୟଙ୍କା ।

bollywood tadka
0 66

ଅଭିନେତ୍ରୀ ପ୍ରିୟଙ୍କା ଏବେ କ୍ୱାଂଟିକୋର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ମଧ୍ୟରେ ସେ ଏହଟି କୋହେନଙ୍କ ଚ୍ୟାଟ ଶୋ’ରେ ପହଂଚିଥିଲେ,ଯେଉଁଠାରେ ତାଙ୍କୁ ଟିଭି ସିରିଜ ବ୍ୟତୀତ ତାଙ୍କ ଅଫେୟର ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା ।
ଶୋ’ର ହୋଷ୍ଟ ଏଂଡି ପ୍ରିୟଙ୍କାଙ୍କୁ ଆକ୍ଟର ଟମ ହେଡଲେଷ୍ଟଙ୍କ ସହିତ ଅଫେୟର ବିଷୟରେ ପଚାରିବାରୁ ପ୍ରିୟଙ୍କା ଚମକି ପଡ଼ିଲେ । ପ୍ରିୟଙ୍କାଙ୍କ କହିବା ଅନୁସାରେ ସେଦିନ ସେ ଆୱାର୍ଡ଼ ଦେବା ପାଇଁ କେବଳ ୧୦ ମିନିଟ ଏକା ସାଙ୍ଗରେ ଛିଡ଼ା ହୋଇଥିଲେ । ଏହାପରେ ବ୍ୟାକ ଷ୍ଟେଜରେ ମଧ୍ୟ ୧୦ ମିନିଟ ପାଇଁ କଥା ହୋଇଛନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ ତାଙ୍କ ଡ୍ରେସ ଲମ୍ବ ଥିଲା ତେଣୁ ଟମ ତାହା ଠିକ କରୁଥିଲେ । ଏହି କଥାକୁ ସେ ସଂପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ।

 


ଯଦିଓ ପ୍ରିୟଙ୍କା ଏହାକୁ ମନା କରୁଛନ୍ତି କିନ୍ତୁ ମିଡିଆ ଏହାକୁ ଅତି ସହଜରେ ଗ୍ରହଣ କରିପାରୁ ନାହିଁ । କାରଣ ଦୁଇ ବର୍ଷ ପୂର୍ବରୁ ଏକ ଆୱାର୍ଡ଼ ଶୋ’ରେ ଦୁଇଜଣଙ୍କୁ ପରସ୍ପରରେ ବାହୁରେ ଦେଖିବାକୁ ମିଳିଥିଲା । ତେବେ ଟମ ପ୍ରିୟଙ୍କାଙ୍କ ଡ୍ରେସ ଠିକ କରୁଥିଲେ ଏବଂ ପ୍ରିୟଙ୍କା ଟମଙ୍କର ଟାଇ ।

 


ଅଭିନେତା ଟମ ହେଡେଲଷ୍ଟନ ନିକଟରେ ଫିଲ୍ମ ଆଭେଂଜର୍ସ ଦ ଇନଫିନିଟ ବାରରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More