ନିକଙ୍କ ସହିତ ଦେଖା ହେବା ଠାରୁ ଆରମ୍ଭ କରି ବିବାହ ବନ୍ଧନରେ ବାନ୍ଧି ହେବା ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସିଛନ୍ତି ପ୍ରିୟଙ୍କା । ତେବେ ଏତିକିରେ ସରିନାହିଁ ଚର୍ଚ୍ଚା । ପୁଣିଥରେ ଏକ ଛୋଟ ଭୁଲକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଦେଶୀ ଗର୍ଲ ।
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକ୍ଙ୍କ ସହ ବିବାହ ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା । କିନ୍ତୁ ଏବେ ସେ ନିକ୍ଙ୍କ ବୟସ ଭୁଲ କହି ଚର୍ଚ୍ଚାରେ ରହିଛନ୍ତି, ଯାହା ପାଇଁ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗି ପଡ଼ିଛନ୍ତି ।
ସୂଚନା ମୁତାବକ, କିଛି ଦିନ ତଳେ ନିକ୍ ‘ଭିଲା ଓ୍ଵାନ୍ ଟକିଲା’ ଲଞ୍ଚ କରିଥିଲେ । ଏହାର ଫଟୋ ନିଜ ଇନ୍ଷ୍ଟା ଆକାଉଣ୍ଟରେ ସେୟାର କରିଥିଲେ ପ୍ରିୟଙ୍କା । ଫଟୋ ସେୟାର କରି ପ୍ରିୟଙ୍କା ଲେଖିଥିଲେ, “ଗର୍ବର କଥା କି ୨୭ବର୍ଷ ବୟସରେ ତୁମ ପାଖରେ ନିଜର ଟକିଲା ରହିଛି।” ତେବେ ନିକ୍ଙ୍କ ବୟସ ୨୬ବର୍ଷ ହୋଇଥିବା ବେଳେ ପ୍ରିୟଙ୍କା ୨୭ ଲେଖିଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।