Only for Entertainment

କଳ୍ପନା ଚାୱଲାଙ୍କ ବାୟୋପିକରେ ନଜର ଆସି ପାରନ୍ତି ଏହି ଅଭିନେତ୍ରୀ ।

times of india
0 51

ପ୍ରିୟଙ୍କା ଚୋପ୍ରା ଆମେରିକାରେ କରୁଥିବା ଟିଭି ସୋ’ କ୍ୱାଂଟିକୋର ୩ୟ ସିଜନର ସୁଟିଂ ଶେଷ କରିବାକୁ ଯାଉଛନ୍ତି । ଖୁବ ଶୀଘ୍ର ସେ ଟିମ ସହ ସୋ’ର ଅନ୍ତିମ ୩ଟି ଅଧ୍ୟାୟ ସୁଟିଂ ଶେଷ କରିବା ଲାଗି ଆୟରଲାଣ୍ଡ ଯିବାପାଇଁ ପ୍ରସ୍ତୁତ ହୋଇଗଲେଣି । ବଲିଉଡକୁ ଆସି ଖୁବ୍ ଶୀଘ୍ର ସେ ଭାରତକୁ ଆସି ତାଙ୍କ ନୂଆ ଫିଲ୍ମ ପ୍ରୋଜେକ୍ଟ ପାଇଁ କାମ ଆରମ୍ଭ କରିବେ ବୋଲି ମହିଳା ଦିବସରେ ପ୍ରିୟଙ୍କା କହିଥିଲେ ।

priyanka-kalpanaବର୍ତ୍ତମାନ ଶୂଣିବାକୁ ମିଳୁଛିି ଯେ ପ୍ରିୟଙ୍କା କଳ୍ପନା ଚାୱଲାଙ୍କ ଛପରେ ଆଧାରିତ ବାୟୋପିକରେ ସାଇନ କରିସାରିଲେଣି ଏବଂ ଆସନ୍ତା ମାସରୁ ଏହି ଫିଲ୍ମ ପାଇଁ ସୁଟିଂ ଆରମ୍ଭ ହୋଇଯିବ । ଏହି ଫିଲ୍ମକୁ ଅନ୍ତରାଷ୍ଟ୍ରୀୟ ଅନୁସାରେ ପ୍ରସ୍ତୁତ କରାଯିବ । ସୂତ୍ର ମୁତାବକ ଏକ ନୂଅର ପ୍ରଡକ୍ସନ କମ୍ପାନୀ ଗେଟୱେ ଏହି ବାୟୋପିକକୁ ପ୍ରଡ୍ୟୁସ କରିବା ପାଇଁ ଯାଉଛନ୍ତି ।
ଏହି ଫିଲ୍ମର ଅଫିସିଆଲ ଆନଉସମେଂଟ ପ୍ରିୟଙ୍କା ଭାରତ ଆସିଲେ ହିଁ କରାଯିବ ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ପ୍ରିୟଙ୍କା ଅନେକ ସ୍କ୍ରିପ୍ଟ ପଢିଥିଲେ । ଫିଲ୍ମ ସାଲ୍ୟୁଟରେ ଅମୀର ଖାନଙ୍କ ଅପୋଜିଟ କ୍ୟାରକ୍ଟେରରେ ଅଭିନୟ କରିବେ ବୋଲି ମଧ୍ୟ ବାର୍ତ୍ତାଳାପ ହୋଇଥିଲା, ମାତ୍ର କୌଣସି ପ୍ରୋଜେକ୍ଟ ପାଇଁ ସେ କିଛି ସଠିକ କହି ନଥିଲେ । ପ୍ରିୟଙ୍କା ତାଙ୍କ ସୁଟିଂ ଶେଷ କରି ଆଗାମୀ ସପ୍ତାହ ଶୁଦ୍ଧା ଭାରତ ଫେରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏହାପରେ ତାଙ୍କ ଆଗାମୀ ଫିଲ୍ମ ଚର୍ଚ୍ଚା ହୁଏତ ଆରମ୍ଭ ହୋଇଯାଇପାରେ । ଏଠାରେ ଆମେ କହି ରଖୁଛୁ ଯେ ଶେଷ ଥର ପାଇଁ ପ୍ରିୟଙ୍କା ‘ଜୟ ଗଙ୍ଗାଜଳ’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More