Only for Entertainment

ପ୍ରୋମିଜ ଡେ’ରେ ସାଥୀଙ୍କୁ କରନ୍ତୁ ଏହି ପ୍ରତିଜ୍ଞା

Askideas
0 53

ପ୍ରୋମିଜ ଡେ’ ଭାଲେଣ୍ଟାଇନ ସପ୍ତାହର ପଂଚମ ଦିନ । ଏହି ଦିନ ସାଥୀଙ୍କୁ ସମସ୍ତେ କିଛି ନା କିଛି ପ୍ରୋମିଜ କରିଥାନ୍ତି । ଯଦି ଆପଣ ଆପଣଙ୍କ ସାଥୀକୁ କ’ଣ ପ୍ରୋମିଜ କରିବେ ବୋଲି ଚିନ୍ତା କରୁଛନ୍ତି ତେବେ ଚିନ୍ତା ନ କରି ଆପଣଙ୍କ ସାଥୀଙ୍କୁ ଏହି ପ୍ରୋମିଜ କରନ୍ତୁ ।

  • ମୁଁ ମୋର ପ୍ରତ୍ୟେକ ନିଷ୍ପତ୍ତିରେ ତୁମକୁ ସାମିଲ କରିବି
    ଏହି ପ୍ରତିଜ୍ଞା ସହିତ ଆପଣ ନିଜ ସାଥୀଙ୍କୁ ଭରସା ଦେଇପାରିବେ ଯେ ଆପଣ କେବଳ ତାଙ୍କ ସୁନ୍ଦରତାକୁ ନୁହେଁ ତାଙ୍କ ବୁଝିବା ଶକ୍ତିକୁ ମଧ୍ୟ ସମ୍ମାନ ଦିଅନ୍ତି ।
  • ମୁଁ ତୁମର ପ୍ରୋଫେସନାଲ ନିଷ୍ପତ୍ତିରେ୍ ତୁମ ସହିତ ରହିବି
    ଝିଅମାନଙ୍କ ପାଇଁ ଏହା ସବୁଠାରୁ ବଡ କଥା ଯଦି ଆପଣ ତାଙ୍କ କ୍ୟାରିୟର ଚୟନ କରିବାରେ କିମ୍ବା ତାଙ୍କ ପ୍ରୋଫେସନାଲ ନିଷ୍ପତ୍ତିରେ ତାଙ୍କୁ ସହେଯାଗ କରିବେ । ଏହା ଫଳରେ ଝିଅମାନଙ୍କ ହୃଦୟକୁ ଶାନ୍ତି ମିଳିଥାଏ । ଝିଅମାନଙ୍କୁ ଖୁସି ଲାଗିଥାଏ ଯେତେବେଳେ ଆପଣ ତାଙ୍କୁ ବୁଝନ୍ତି ଏବଂ ଲେଟ ନାଇଟ ସିପ୍ଟ, ଅଫିସ ପାର୍ଟି କିମ୍ବା ଆଫିସ ଟ୍ରିପ ହେଉ ତାଙ୍କ ଉପରେ ବିରକ୍ତ ନହୋଇ ସହେଯାଗ କରନ୍ତି ।
  • ମୁଁ ତୁମ ସାଥିରେ ସବୁବେଳ ରହିବି
    ଆପଣଙ୍କ ସାଥୀକୁ ଏହି ପ୍ରତିଜ୍ଞା କରନ୍ତୁ ପୁରା ଦୁନିଆ ତାଙ୍କ ବିରୋଧରେ ଥିଲେ ମଧ୍ୟ ଆପଣ ତାଙ୍କ ସହିତ ସବୁ ପରିସ୍ଥିତିରେ ରହିବେ । ଏପରିକି ପରିବାର ବିରୋଧରେ ହେଉନା କାହିଁ ।
  • ମୁଁ ଯେତେ ବ୍ୟସ୍ତ ରହିଲେ ମଧ୍ୟ ତୁମ ଫୋନ ସବୁବେଳେ ରିସିଭ କରିବି
    ଆଜି ଆପଣଙ୍କ ପାଖରେ ଯେତେ ସମୟ ଥିଲେ ବି ଏପରି ପରିସ୍ଥିତି ଆସିବ ଆପଣ ଅଫିସ କିମ୍ବା ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହି ଆପଣଙ୍କ ସାଥୀକୁ ମସୟ ଦେଇପାରିବେ ନାହିଁ । ଏପରି ସ୍ଥିତିରେ ଆପଣ ଆପଣଙ୍କ ସାଥୀକୁ କିଛି ସମୟ ବାହାର କରି ଫୋନ କରିବା ପାଇଁ ଏବଂ ତାଙ୍କ ଫୋନକୁ ରିସିଭ କରିବା ପାଇଁ ପ୍ରତିଜ୍ଞା କରନ୍ତୁ ।
  • କାମରେ ସାହାଯ୍ୟ କରିବି
    ଯଦି ଆପଣ ଲିଭ ଇନରେ ରହୁଛନ୍ତି କିମ୍ବା ବିବାହିତ ହୋଇଥାନ୍ତି ତେବେ ଆପଣଙ୍କ ସାଥୀକୁ ଏହି ପ୍ରତିଜ୍ଞା କରନ୍ତୁ କି ଆପଣ ଘର କାମରେ ତାଙ୍କୁ ସାହାଯ୍ୟ କରିବେ । ଆପଣଙ୍କୁ କାମ ଆସିନଥାଉ ଏହା ପରେ ବି ଆପଣ ତାଙ୍କୁ କିଛି ସାହାଯ୍ୟ କରନ୍ତୁ । ଏହା ଆପଣଙ୍କ ସାଥୀକୁ ଭଲ ଲାଗିବ ।
  • ହେଦ ଯେବେ ବି ଖରାପ ହେବ ମୁଁ ତୁମ ପାଖରେ ରହିବି
    ଆପଣ ନିଜ ସାଥୀ କିମ୍ବା ପତ୍ନୀଙ୍କୁ ପ୍ରତିଜ୍ଞା କରିବା ଦରକାର ଯେ ଯେତେବେଳେ ବି ତାଙ୍କ ମନ କିମ୍ବା ଦେହ ଖରାପ ଥିବ ଆପଣ ତାଙ୍କର ଯତ୍ନ ନେବେ । କାମର ବାହାନା କରି ଦୂରେଇ ନ ରହି ତାଙ୍କର ଯତ୍ନ ନିଅନ୍ତୁ ଏହା ଫଳରେ ଆପଣଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ହେବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More