Only for Entertainment

ଲିଗାଲ୍ ହେଲା ଟ୍ରାନ୍ସଜେଣ୍ଡରଙ୍କ ଭିକ ମାଗିବା, ଏବେ ମିଳିବ ନାହିଁ ଦଣ୍ଡ

ndtv
3,144

ଟ୍ରାନ୍ସଜେଣ୍ଟରଙ୍କ ଦ୍ୱାରା ଭିକ ମାଗିବାକୁ ଅପରାଧିକ ଗତିବିଧି ବୋଲି କହୁଥିବା ‘ଟ୍ରାନ୍ସଜେଣ୍ଡର ପର୍ସନ୍ସ’ ବିଲ ୨୦୧୯ର ଏହି ବିବାଦିତ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ଏହି ବିଲକୁ କେନ୍ଦ୍ରୀୟ କ୍ୟାବିନେଟ ବୁଧବାର ମଂଜୁରୀ ଦେଇଛନ୍ତି । ଏହି ବିଲକୁ ଏବେ ସଂସଦରେ ପରିବେଷଣ କରାଯିବ । ଏହା ସହିତ ଏହି ବଲ ମାଧ୍ୟମରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ନିଜ ସମୁଦାୟର ମାନ୍ୟତା ପାଇବା ପାଇଁ ଜିଲ୍ଲା ସ୍କ୍ରିନିଂ କମିଟିକୁ ଯିବା ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି ।

ପ୍ରଥମ ବିଲର ଅଧ୍ୟାୟ ୮ର ବ୍ୟବସ୍ଥା ୧୯ରେ କୁହାଯାଇଥିଲା ଯେ, ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଅନିବାର୍ଯ୍ୟ ସେବାର ଅତିରିକ୍ତ ଟ୍ରାନ୍ସଜେଣ୍ଡର ମାନଙ୍କୁ ଭିକ ମାଗିବା କିମ୍ବା ଜବରଦସ୍ତି କୌଣସି କାମକରିବା ପାଇଁ ପ୍ରବତ୍ତାଇବା ଫଳରେ କମରୁ କମ ୬ ମାସ ଜେଲ ଦଣ୍ଡ ମିଳିପାରେ । ଏହି ଦଣ୍ଡକୁ ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବଢାଯାଇପାରେ ଓ ଏହା ସହିତ ଜୋରିମାନା ମଧ୍ୟ ଲାଗିପାରେ ।

ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ବିଲରୁ ଭିକ ମାଗିବା ଶବ୍ଦ ହଟାଇ ଦିଆଯାଇଛି ବାକି ଅନ୍ୟ ସବୁ କଥା ସମାନ ରହିଛି । ପୂର୍ବ ବିଲକୁ ନେଇ ଟ୍ରାନ୍ସଜେଣ୍ଡର ସମୁଦାୟ ଅଭିଯୋଗ କରିଥିଲେ ଯେ ସରକାର ତାଙ୍କୁ କୌଣସି ସୁବିଧା ନଦେଇ ଭିକ ମାଗିବାରୁ ବଂଚିତ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More