Only for Entertainment

ଭାରତରେ ଲଂଚ କରିବାର କିଛି ଦିନରେ ପ୍ଲେ ଷ୍ଟୋରର ଟପରେ ପହଁଚିଲା ପବ୍ଚୀ ଲାଇଟ, ଏକ କୋଟି ୟୁଜର କଲେ ଡାଉନଲୋଡ

News18
68

ଭାରତରେ ପବ୍ଚୀର ହାଲକା ଭର୍ସନ ପବ୍ଚୀ ଲାଇଟ ଲଂଚ କରିବାର ମାତ୍ର ତିନି ଦିନ ମଧ୍ୟରେ ବଡ ରେକର୍ଡ କରିଛି । ପ୍ଲେ ଷ୍ଟୋରରେ ଏକ କୋଟିରୁ ଅଧିକ ଡାଉନଲୋଡ ସହିତ ଫ୍ରି ଗେମ୍ସର ଶୀର୍ଷରେ ପହଁଚିଛି । ଚିନି ସ୍ଥିତ ମୂଳ କମ୍ପାନୀ ଟେନସେଣ୍ଟ ମଙ୍ଗଳବାର ଏହି ଘୋଷଣା କରିଛନ୍ତି ।

କମ୍ପାନୀ ନିଜ ବୟାନରେ କହିଛନ୍ତି, ‘ପବ୍ଚୀ ମୋବାଇଲ ଲାଇଟର ପ୍ରସିଦ୍ଧି ଏହି କଥାରୁ ଲଗାଯାଇପାରେ ଯେ ଭାରତୀୟ ସ୍ମାର୍ଟଫୋନ ବଜାରର ଅନେକ ସେଗମେଣ୍ଟରେ ଏଣ୍ଟ୍ରି ଲେବୁଲ ସ୍ମାର୍ଟଫୋନ ସାମିଲ ହୋଇଛି । ଏବେ ପବ୍ଚୀର ଏହି ନୂଆ ଲାଇଟ ଭର୍ସନ ପାଇଁ ଏହି ସେଗମେଣ୍ଟର ଲୋକେ ଗେମ ଖେଳିପାରିବେ ।’

ଏହି ଲାଇଟର ଭର୍ସନରେ ପବ୍ଚୀ ଷ୍ଟାଇଲ ପରି ୧୦୦ ବଦଳରେ ଏକାସାଙ୍ଗରେ ୬୦ ଜଣେ ମ୍ୟାପରେ ଖେଳିପାରିବେ । ଏହି ଗେମ ପବ୍ଚୀ ଭଳି ଅଧିକ ସ୍ପେସ ନୁହେଁ ବରଂ ୪୦୦ ଏମବିର ସ୍ପେସ ନେଇଥାଏ । ଏହା ସହିତ ୨ ଜିବି ର‌୍ୟାମ ଟାରୁ କମ ଡିଭାଇସରେ ମଧ୍ୟ ଏହା ଖେଳାଯାଇପାରିବ ।

ଏହି ଗେମର ମୂଳ ଭର୍ସନ ୨୦୧୭ରେ ଲଂଚ କରାଯିବା ସହିତ ଗୁଗଲ ପ୍ଲେ ଷ୍ଟୋରରେ ୧୦ କୋଟିରୁ ଅଧିକ ଲୋକ ଡାଉନଲୋଡ କରିଥିଲେ । ପବ୍ଚୀ ମୋବାଇଲ ସିଜିନ ୮ ଗତ ସପ୍ତାହରେ ରିଲିଜ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More