Only for Entertainment

ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଷ୍ଟ୍ରବେରୀ ଖାଇବାକୁ ଡରିଲେଣି ଲୋକ ।

cyberwardesk.com
0 25

ଷ୍ଟ୍ରବେରୀ ଖାଇବାକୁ ସମସ୍ତେ ଖୁବ ପସନ୍ଦ କରନ୍ତି । ବିଶେଷ କରି ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଏହାର ମାତ୍ରା ଅଧିକ । ଏବେ ସେଠାକାର ଲୋକ ଷ୍ଟ୍ରବେରୀ କିଣିବା ପୂର୍ବରୁ ତାହାକୁ ପ୍ରଥମେ ମେଟାଲ ଡିଟେକ୍ଟରରେ ଯାଂଚ କରୁଛନ୍ତି । ଅନ୍ୟ ପକ୍ଷରେ ସେଠାକାର ସରକାର ଲୋକଙ୍କୁ ବିଶ୍ୱାସ ଦେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଲୋକ ଏହାକୁ କିଣିବା ପାଇଁ ଡରୁଛନ୍ତି ।

ବାସ୍ତବରେ ସେଠଶରେ ଲୋକଙ୍କ ମନରେ ଏକ ଭୁଲ ଧାରଣା ଖେଳାଇ ଦିଆଯାଇଛିଯେ ଷ୍ଟ୍ରବେରୀରେ ପିନ ଲୁଚି ରହିଛି । ଯାହାକୁ ଖାଇଲେ ସ୍ୱାସ୍ଥ୍ୟକୁ କ୍ଷତି ପହଂଚିପାରେ । କେବଳ ସେତିକି ନୁହେଁ ବରଂ ଜୀବନ ମଧ୍ୟ ଯାଇପାରେ । ତେବେ କ୍ୱିସଲ୍ୟାଣ୍ଡ ସରକାର ସେହି ବ୍ୟକ୍ତିକୁ ଗିରଫକୁ ନେଇ ଏକ ଲକ୍ଷ ଅଷ୍ଟ୍ରେଲିଆ ଡଲାରର ପୁରସ୍କାର ରଖିଛନ୍ତି,ଯିଏ ଏହି ମିଛ କଥା ଖେଳାଇଛି ।

ଗତ ସପ୍ତାହରେ ଏହି କଥାକୁ ନେଇ ଡର ଆରମ୍ଭ ହୋଇଛି । ଏହି ଘଟଣା ପରେ ଦେଶର ୬ଟି ବଡ଼ ବ୍ରାଣ୍ଡ ବଜାରରୁ ପ୍ରଡକ୍ଟ ଫେରାଇ ନେଇଛନ୍ତି । ସୋମବାର ଦିନ ଏହି କଥା ଖେଳିଯିବା ପରେ ଲୋକ ଷ୍ଟ୍ରବେରୀ ଖାଇବାକୁ ଡରୁଛନ୍ତି,କିନ୍ତୁ ଏପର୍ଯ୍ୟନ୍ତ ଏଭଳି କିଛି ଘଟଣା ସାମ୍ନାକୁ ଆସିନାହିଁ ।କୌଣସି ଷ୍ଟ୍ରବେରୀରୁ ପିନ ବାହାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More