Only for Entertainment

ଆଗାମୀ ଫିଲ୍ମ ‘ସଡକ ୨’କୁ ନେଇ ପୂଜା ଭଟ୍ଟଙ୍କ ଟ୍ୱିଟ

bollywood tadaka
41

ଆଗାମୀ ବଲିଉଡ ଫିଲ୍ମ ‘ସଡକ ୨’କୁ ନେଇ ଏବେ ଖୁବ ଚର୍ଚ୍ଚା । କହିରଖୁଛୁ ଯେ ଏହି ଫିଲ୍ମ ୧୯୯୧ରେ ରିଲିଜ ହୋଇଥିବା ସଂଜୟ ଦତ୍ତ ଏବଂ ପୂଜା ଭଟ୍ଟ ଷ୍ଟାରର ଫିଲ୍ମ ‘ସଡକ’ର ସିକ୍ୱଲ । ଏବେ ଏହି ଫିଲ୍ମକୁ ନେଇ କିଛି ନୂଆ ଅପଡେଟ ସାମ୍ନାକୁ ଆସିଛି ଯେ ଫିଲ୍ମରେ କିଛି ନୂଆ ଚେହେରା ନଜର ଆସିବେ ।

ଆଜ୍ଞା ହଁ, ପୂଜା ଭଟ୍ଟ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ଫିଲ୍ମରେ ଆଲିଆ ଭଟ୍ଟ ଓ ଆଦିତ୍ୟ ରୟ କପୁରଙ୍କ ବ୍ୟତିତ ଜୀଶୁ ସେନଗୁପ୍ତା, ପ୍ରିୟଙ୍କା ବୋଶ ଏବଂ ଅକ୍ଷୟ ଆନନ୍ଦ କାମ କରିବେ । ଏହା ସହିତ ଫିଲ୍ମରେ ପୂଜା ଭଟ୍ଟ ଏବଂ ସଂଜୟ ଦତ୍ତ ମଧ୍ୟ ନଜର ଆସିବେ ।

ନିକଟରେ ଫିଲ୍ମର ପ୍ରଥମ ସିଡ୍ୟୁଲର ସୁଟିଂ ଆରମ୍ଭ ହୋଇଥିଲା । ଏହାର ଏକ ଫଟୋ ସେୟାର କରି ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ ଭାବକୁ ହୋଇ ଯାଇଥିଲେ । କହିରଖୁଛୁ ଯେ, ଆଲିଆ ପ୍ରଥମ ଥର ପାଇଁ ପିତା ମହେଶ ଭଟ୍ଟଙ୍କ ଫିଲ୍ମରେ କାମ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More