Only for Entertainment

ପୁଲୱାମା ଆତଙ୍କବାଦୀ ଆକ୍ରମଣ : ଆତଙ୍କ ବିରୋଧରେ ସ୍ୱର ଉଠାଇଲେ ପାକିସ୍ତାନର କିଛି ଯୁବତୀ, ପୋଷ୍ଟ ସେୟାର କରି କହିଲେ ଏହି କଥା

Sehyr Mirza facebook post
82

ଜମ୍ମୁ କାଶ୍ମୀରର ପୁଲୱାମା ଠାରେ ହୋଇଥିବା ଆତ୍ମଘାତୀ ଆକରମଣ ପରେ ଦେଶର ୪୦ ଜବାନ ସହିଦ ହୋଇଯାଇଛନ୍ତି । ଆକ୍ରମଣ ପରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମୋହମ୍ମଦ ଏକ ଭିଡିଓ ଜାରି କରି ଏହି ଆକ୍ରମଣର ଘଟାଇ ଥିବା ସ୍ୱିକାର କରିଛନ୍ତି । ଏହି ଘଟଣା ପରେ ପୂରା ଦେଶରେ ଆକ୍ରୋଶ ଦେଖାଦେଇଛି । ଦେଶବାସୀ ଖୋଲା ଖୋଲି୍ ଭାବେ ସୋସିଆଲ ମିଡିଆରେ ନିଜର ଭାବନାକୁ ପ୍ରକାଶ କରୁଛନ୍ତି । ଏହା ସହଗିତ ପାକିସ୍ତାନ ଠାରୁ ବଦଲା ନେବା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି । ଭାରତ ପରି ପାକିସ୍ତାନରୁ ମଧ୍ୟ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଆସିବାରେ ଲାଗିଛି ।

ପାକିସ୍ତାନର ଜଣେ ମହିଳା ସାମ୍ବାଦିକ ସେହର ମିର୍ଜା ୧୯ ଫେବୃଆରୀରେ ନିଜ ମନ କଥା ଫେସବୁକ ଜରିଆରେ ସେୟାର କରିଛନ୍ତି । ସେହର ନିଜ ଫେସବୁକ ଆକାଉଣ୍ଟରେ ଏକ ଫଟୋ ସୋୟାର କରିଛନ୍ତି ଯେଉଁଥିରେ ସେ ଏକ କାର୍ଡ ଧରି ଠିଆ ହୋଇଥିବାର ଦେଥିବାକୁ ମିଳିଛି । କାର୍ଡରେ ଲେଖା ହୋଇଛି, ‘ମୁଁ ଜଣେ ପାକିସ୍ତାନୀ ଏବଂ ମୁଁ ପୁଲୱାମା ଆକ୍ରମଣକୁ ନିନ୍ଦା କରୁଛି ।’

ଏହା ସହିତ ସେହରଙ୍କ କାର୍ଡରେ ଲେଖା ହୋଇଛି #AntiHateChallenge ଏବଂ #NoToWar. ଏହା ସହିତ ସହର ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି ‘ଦେଶ ଭକ୍ତି ପାଇଁ ମୁଁ ମାନବିକତାର ସଉଦା କରିପାରିବି ନାହିଁ । #WeStandWithIndia #NoToTerrorism’ । ସହର ମିର୍ଜି ଏହି ଫଟୋ ମାଧ୍ୟମରେ କହିବାକୁ ଚାହିଁଛନ୍ତି ଯେ, ସେ ଭାରତ ସହିତ ଅଛନ୍ତି ଏବଂ ଆତଙ୍କବାଦୀକୁ ବିରୋଧ କରୁଛନ୍ତି ।

ସେହିପରି ‘ଅମନ କି ଆଶା’ ନାମକ ଏକ ଫେସବୁକ ପେଜରେ ମଧ୍ୟ ସେହର ମିର୍ଜା ଏକ ସନ୍ଦେଶ ଲେଖି କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ଗୁଡିକରେ ଅନ୍ୟ କଛି ପାକିସ୍ତାନୀ ଯୁବତୀ ହାତରେ କାର୍ଡ ଧରି ଠିଆ ହୋଇଛନ୍ତି । ଯେଉଁଥିରେ ଲେଖି ହୋଇଛି ମୁଁ ଜଣେ ପାକିସ୍ତାନୀ ଏବଂ ପୁଲୱାମା ଆକ୍ରମଣକୁ ମୁଁ ବିରୋଧ କରୁଛି ।

ଅମନ କି ଆଶା ର ଫେସବୁକ ପେଜରେ ସେହର ଲେଖିଛନ୍ତି, କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ନିର୍ଦ୍ଦୋଷ ଲୋକଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଆମେ ବହୁତ ଦୁଃଖୀ । ଏହି ସମୟରେ ଲୋକେ ସାମ୍ନାକୁ ଆସନ୍ତୁ ଏବଂ ଆତଙ୍କ ବିରୋଧରେ ସ୍ୱର ଉଠାନ୍ତୁ । ଆମେ ଆଣ୍ଟି ହେଟ ଚ୍ୟାଲେଞ୍ଜ ଆରମ୍ଭ କରିଛୁ କାରଣ ଆମେ ଏହି ଘଟଣାକୁ ନିନ୍ଦା କରୁଛୁ । ଆମେ ଭରତୀୟ ବନ୍ଧୁମାନଙ୍କ ସହିତ ଅଛୁ । ପାକିସ୍ତାନୀ ବନ୍ଧୁ ମାନଙ୍କୁ ଅପିଲ କରୁଛୁ ଯେଉଁମାନେ ଆମ ପରି ଭାକୁଛନ୍ତି ସେମାନେ ଆମର ସାଥ ଦିଅନ୍ତୁ । ସେହର ମିର୍ଜା ଏହି ପୋଷ୍ଟ ସହିତ ସାହିର ଲୁଧିୟାନବୀଙ୍କ କବିତାର କିଛି ପଂକ୍ତି ମଧ୍ୟ ଲେଥିଛନ୍ତି-

‘Whether blood be ours or theirs, Its the blood of humankind.
Whether wars be waged in the east or west, It is the murder of world-peace.
Whether houses be bombed or borders, The temple of the Soul is wounded.
War is a problem itself. How will war resolve problems?
Today it will rain fire and blood, Tomorrow, hunger and scarcity.’ – Sahir Ludhianvi

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More