Only for Entertainment

ପୁଲୱାମା ସହିଦ ପରିବାରକୁ କିଛି ଏହି ପ୍ରକାର ସାହାର୍ଯ୍ୟ କରିବେ ସଲମାନ ଖାନ

DNA India
62

୧୪ ଫେବୃଆରୀରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଏହି ଘଟଣାକୁ ନିନ୍ଦା କରୁଛି । ଏହି ଘଟଣାକୁ ନେଇ କେବଳ ସାଧାରଣ ଲୋକେ ନୁହଁନ୍ତି ବରଂ ବଲିଉଡ ସେଲିବ୍ରିଟି ମଧ୍ୟ ଏହାକୁ ବିରୋଧ କରିଛନ୍ତି । ସେଲିବ୍ରିଟି ମାନେ ସୋସିଆଲ ମିଡିଆରେ ଏହି ଘଟଣାକୁ ନିନ୍ଦା କରିବା ସହିତ ସହିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଅନନେକ ବଲିଉଡ ସେଲିବ୍ରିଟି ସହିଦଙ୍କ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । କେବଳ ବଲିଉଡ କଳାକାର ନୁହଁନ୍ତି କ୍ରିକେଟରଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି ।

ବିରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର, ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଏବଂ ରିଲିୟାନ୍ସ ଫାଉଣ୍ଡେସନ ପରେ ଏବେ ଏହି ଲିଷ୍ଟରେ ଅଭିନେତା ସଲମାନ ଖାନଙ୍କ ନାମ ଯୋଡି ହୋଇଛି । ଖବର ଅନୁସାରେ ସଲମାନଙ୍କ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସହିଦ ପରିବାରଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି ।

ଗୃହ ରାଜ୍ୟମନ୍ତ୍ରୀ କିରଣ ରିଜିଜୁ, ସଲମାନ ଖାନଙ୍କୁ ଧନ୍ୟବାଦ ଜଣାଇ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ କରିଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତି, ‘ଧନ୍ୟବାଦ ସଲମାନ ଖାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଜରିଆରେ ପୁଲୱାମା ଆକ୍ରମଣରେ ସହିଦଙ୍କ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଦେଇଥିବା ଏହି ଚେକ ତାଙ୍କ ଖାତାକୁ ଯିବ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More