Only for Entertainment

ଆଜି ହିଁ ଘରକୁ ଆଣନ୍ତୁ କଖାରୁ ମଂଜି ।

64

କଖାରୁ ମଂଜି ଖୁବ ସ୍ୱାଦିଷ୍ଟ । ଅଧିକାଂଶ ବ୍ୟକ୍ତି ଏହାକୁ ଖାଇବାକୁ ଖୁବ ପସନ୍ଦ କରନ୍ତି । ତେବେ ଏହାଯେ କେବଳ ସ୍ୱାଦିଷ୍ଟ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭକାରୀ ।

କଖାରୁ ମଞ୍ଜି ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ । ଏଥିରେ ମ୍ୟାଗ୍ନେସିୟମର ମାତ୍ରା ଅଧିକ ରହିଥାଏ । ଯାହା ହୃଦ୍‌ ସ୍ପନ୍ଦନକୁ ଠିକ୍‌ ରଖିଥାଏ । ଏହା ସହ ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଏବଂ ଷ୍ଟ୍ରୋକ୍‌ ହେବାର ଆଶଙ୍କା କମ ହୋଇ ଯାଇଥାଏ ।

କଖାରୁ ମଞ୍ଜିରେ ପ୍ରଚୁର ପରିମାଣରେ ଜିଙ୍କ ରହିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ।

କିଛି ଲୋକଙ୍କ ପାଖରେ ନିଦ୍ରାହୀନତା ରୋଗ ଦେଖା ଯାଇଥାଏ । ଅଧିକ ରାତି ପର୍ଯ୍ୟନ୍ତ ସେମାନଙ୍କୁ ନିଦ ନ ଆସିବା ସହ ସେମାନେ ଶୋଇବା ପାଇଁ ଔଷଧର ସାହାରା ନେଇଥାନ୍ତି । ତେବେ ଭଲ ନିଦ ହେବା ପାଇଁ ଗୋଟେ ଗ୍ଲାସ କ୍ଷୀରରେ ଗୋଟେ ଚାମଚ କଖାରୁ ମଞ୍ଜି ଚୁନା ମିଶାଇ ପିଅନ୍ତୁ ।

କିଛି ଲୋକଙ୍କୁ ରାତିରେ ଅଧିକ ପରିଶ୍ରା ଲାଗିଥାଏ । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କଖାରୁ ମଞ୍ଜିକୁ ଭାଜି ଖାଇବା ଆରମ୍ଭ କରନ୍ତୁ ।

କଖାରୁ ମଞ୍ଜିରେ ଅଧିକ ମାତ୍ରରେ କ୍ୟାଲୋରୀ ରହିଥାଏ । ତେଣୁ ଓଜନ କମ କରିବାକୁ ଚାହୁଁଥିବା ଲୋକେ କମ ମାତ୍ରରେ କଖାରୁ ମଞ୍ଜି ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More