Only for Entertainment

ପୁନେ ସ୍ଥିତ ଶିରୁରର ଏକ କୂଅରେ ପଡିଥିବା ଚିତାବାଘର ବଂଚାଇଲେ ଜୀବନ, ଦେଖନ୍ତୁ ଭିଡିଓ !

91

ମହାରାଷ୍ଟ୍ରର ପୁନେରେ ଏକ ଚିତାବାଘର ଜୀବନ ବଂଚାଇ ଦିଆଯାଇଛି । ଅସଲରେ ପୁନେର ଶିରୁର ତାଲୁକାର ଫକତେ ଗାଁ(Fakte Village)ରେ ଥିବା ଏକ କୂଅ ଭିତରେ ଚିତାବାଘ ଗଳି ପଡିଥିଲା । ଶିରୁର ରେଂଜ ରେସ୍କ୍ୟୁ ଟିମ କୂଅରୁ ଏହି ଚିତାବାଘକୁ କାଢିବାରେ ସଫଳ ହୋଇଥିଲେ । ଏହାପରେ ତାକୁ ଚିକିତ୍ସା ପାଇଁ ନିଆଯାଇଛି । ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ ଜୁନ୍ନାର(Junnar)ର ମାଣିକଦୋହ ଚିତାବାଘ ସୁରକ୍ଷା କେନ୍ଦ୍ର(Manikdoh Leopard Rescue Centre) ରେ ଏହି ଚିତାବାଘର ଚିକିତ୍ସା କରାଯାଉଛି ।

ଚିତାବାଘକୁ କୂଅରୁ ରେସ୍କ୍ୟୁ କରୁଥିବାର ଭିଡିଓ ଏବଂ ଫଟୋ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଶିରୁର ରେଂଜ ରେସ୍କ୍ୟୁ ଟିମ ଏବଂ ଓ ବନ୍ୟପ୍ରାଣୀ ବିଭାଗ ଏସଓଏସର ଲୋକମାନେ ପିଂଜରା ସାହାଯ୍ୟରେ ଚିତାବାଘକୁ କୂଅରେ ବୁଡିବାରୁ ବଂଚାଇ ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ମହାରାଷ୍ଟ୍ରରେ ପ୍ରତିବର୍ଷ ଖୋଲା କୂଅରେ ପଡି ଶହ ଶହ ଚିତାବାଘଙ୍କର ମୃତ୍ୟୁ ହୋଇଯାଉଛି । ମେ ୨୦୧୭ରେ ମଧ୍ୟ ଗୋଟିଏ ମା ଚିତାବାଘ ୪୦ଫୁଟ ଗଭୀର କୂଅରେ ପଡି ମରିଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More